ବଜ୍ରପାତ ସମ୍ଭାବନା: ୬ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଗରମ ସହିତ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ପ୍ରବଳ ଗୁଳୁଗୁଳି ଯୋଗୁ ରାଜ୍ୟର ସମସ୍ତ ସ୍କୁଲକୁ ଆସନ୍ତା ୨୫ ତାରିଖ ଯାଏ ଛୁଟି ଘୋଷଣା କରାଯାଇଛି। ଦକ୍ଷୀଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ କେବେ ପ୍ରବେଶ କରିବେ ସେ ନେଇ ଏ ପର୍ଯ୍ୟନ୍ତ ପାଣିପାଗ ବିଭାଗ ଠିକ୍‌ଭାବେ ଆକଳନ କରିପାରୁ ନାହିଁ। ତେବେ ଆସନ୍ତା ୨୨ କିମ୍ବା ୨୩ ତାରିଖ ବେଳକୁ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହେବ ବୋଲି ପୂର୍ବାନୁମାନ କରାଯାଇଛି। ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ରାଜ୍ୟର କେତେକ ଜିଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକ ହେଲା ଅନୁଗୋଳ, ଯାଜପୁର, ଢେଙ୍କାନାଳ ବାଲଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା। ବୁଧବାର ମଧ୍ୟାହ୍ନ ୧୨.୧୫ରୁ ସନ୍ଧ୍ୟା ଯାଏ ସତର୍କ ରହିବାକୁ ପାଣିପାଗ କାର୍ଯ୍ୟାଳୟ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

Share