Categories: ଜାତୀୟ

ବହୁ ପ୍ରତିକ୍ଷା ପରେ ବିହାର ପହଞ୍ଚିଲା ମୌସୁମୀ

ପାଟନା,୨୨।୬: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଥିବା ବିହାରବାସୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି। ଶୁକ୍ରବାର ସୁଦ୍ଧା ମୌସୁମୀ ବିହାର ଛୁଇଁଥିବା କୁହାଯାଉଛି। ଏହାର ପ୍ରଭାବରେ ଶୁକ୍ରବାର କିଛି ଅଂଶରେ ବର୍ଷା ହୋଇଥିବା ବେଳେ ଆଗାମୀ ୨ ଦିନରେ ସାରା ରାଜ୍ୟରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଏଠାରେ ଗୋଟିଏ ପଟେ ମସ୍ତିଷ୍କ ଜ୍ୱର ଓ ଅନ୍ୟପଟେ ‘ଲୁ’ ଯୋଗୁ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପାଖାପାଖି ଏକ ସପ୍ତାହ ବିଳମ୍ବରେ ଏବର୍ଷ ମୌସୁମୀ ବାୟୁ ରାଜ୍ୟରେ ପ୍ରବେଶ କରିଛି। ଏବେ ‘ଲୁ’ ଜନିତ ମୃତ୍ୟୁ ସଂଖ୍ୟାରେ ପୂର୍ଣ୍ଣଚ୍ଛେଦ ପଡିବ ବୋଲି କହିଛନ୍ତି ରାଜ୍ୟ ସରକାର।

Share