Categories: ଖେଳ

ଭାଇଙ୍କ ଶଟ୍‌ରେ ଏହି କ୍ରିକେଟରଙ୍କ ନାକ ଫାଟିଲା

ଆଡିଲେଡ,୧୮।୧୧: ଅଷ୍ଟ୍ରେଲିଆର ଆଡିଲେଡରେ ଚାଲିଥିବା ମାର୍ଶ ଓ୍ବାନ୍‌ ଡେ କପ୍‌ର ଏକ ମ୍ୟାଚ୍‌ରେ ଏଷ୍ଟନ୍‌ ଏଗର ଗୁରୁତର ଆହତ ହୋଇଛନ୍ତି। ପଶ୍ଚିମ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁଥିବା ସ୍ପିନର ଏଷ୍ଟନ୍‌ ଏକ କ୍ୟାଚ୍‌ ଧରିବାକୁ ଯାଇ ତାଙ୍କ ନାକ ଫାଟିଯାଇଛି। ସବୁଠୁ ରୋକଚ କଥା ହେଉଛି ତାଙ୍କ ଭାଇ ଓ୍ବେସ୍‌ ଅଗରଙ୍କ ଶଟ୍‌ରେ ତାଙ୍କୁ ଏଭଳି ଦଶା ଭୋଗିବାକୁ ପଡିଛି। ସୂଚନାଯୋଗ୍ୟ, ପଶ୍ଚିମ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏକ ମ୍ୟାଚରେ ଦୁଇ ଭାଇ ଏଷ୍ଟନ ଏବଂ ଓ୍ବେସ୍‌ ଦୁଇ ବିପକ୍ଷ ଟିମ୍‌ରୁ ଖେଳୁଥିଲେ। ଓ୍ବେସ୍‌ଙ୍କ କ୍ୟାଚ୍‌ ଧରିବାକୁ ଯାଇ ଏଷ୍ଟନଙ୍କ ନାକରେ ବଲଟି ବାଜିଥିଲା। ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେ ଆଉ ଖେଲିବାକୁ ଆସିପାରି ନ ଥିଲେ। ଏହି ମ୍ୟାଚରେ ଏଷ୍ଟନ ଏକରଙ୍କ ଦଳ ୬ ରନରେ ବିଜୟ ହାସଲ କରିଥିଲା।

Share