Categories: ଜାତୀୟ

ଭିଡ଼ହିଂସାର ଶିକାର ହେଉଛନ୍ତି ପୋଲିସ: ମାୟାବତୀ

ଲକ୍ଷ୍ନୌ,୧୩।୭: ଭିଡ଼ହିଂସା କବଳରେ ସାଧାରଣ ଲୋକେ ପଡ଼ିବା ସହିତ ଏଥିରୁ ପୋଲିସ କର୍ମଚାରୀ ମଧ୍ୟ ନିସ୍ତାର ପାଉ ନାହାନ୍ତି। ଏବେ ରକ୍ଷକଙ୍କୁ ଭିଡ଼ହିଂସାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ ଶନିବାର ଟୁଇଟ୍‌ କରି ଜଣାଇଛନ୍ତି। ଏଭଳି ଘଟଣାକୁ ରୋକିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବିଫଳ ହୋଇଥିବା ସେ କହିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଶୀଘ୍ର ଏନେଇ ଆଇନ ପ୍ରଣୟନ କରିବାର ଆବଶ୍ୟକତା ରହିଛି। ମାତ୍ର ସରକାର ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ଉଦାସୀନ ରହିବା ଅତି କ୍ଷୋଭର ବିଷୟ ବୋଲି ମାୟାବତୀ କହିଛନ୍ତି।

Share