Categories: ଜାତୀୟ

ମନମୋହନ ସିଂଙ୍କ କାର୍ଯ୍ୟକାଳ ସରିଲା: ରାଜ୍ୟ ସଭା ଅଧ୍ୟକ୍ଷ କହିଲେ, ଆମେ ଆପଣଙ୍କୁ ମିସ୍‌ କରିବୁ

ନୂଆଦିଲ୍ଲୀ, ୨୧।୬: ୟୁପିଏ ସରକାରରେ ଦୁଇଦୁଇଥର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂଙ୍କର ରାଜ୍ୟ ସଭା କାର୍ଯ୍ୟକାଳ ସମାପ୍ତ ହୋଇଛି। ଶୁକ୍ରବାର ରାଜ୍ୟ ସଭା ଆରମ୍ଭ ହେବା ପରେ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ମନମୋହନଙ୍କ ପ୍ରଶଂସା କରି ସଂସଦରେ ଯୋଗଦାନ ପାଇଁ ଧନ୍ୟବାଦ ଦେଇଥିଲେ। ଏହାସହ ଆପଣଙ୍କ ଭଳି ନେତାଙ୍କୁ ଆମେ ଗୃହରେ ମିସ୍‌ କରିବୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମନମୋହନଙ୍କ କାର୍ଯ୍ୟକାଳ ଜୁନ୍‌ ୧୪ରେ ଶେଷ ହୋଇଛି। ୨୦୧୩ ମସିହା ଜୁନ ୧୫ ତାରିଖରେ ସେ ଆସାମରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ଆସାମରୁ ସେ ଲଗାତର ପାଞ୍ଚଥର ରାଜ୍ୟ ସଭାକୁ ମନୋନୀତ ହୋଇଥିଲେ। ଆଗକୁ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନରେ ମନମୋହନଙ୍କୁ ଦଳର ସଂଖ୍ୟାଗରିଷ୍ଠତା ଥିବା ରାଜ୍ୟରୁ ପ୍ରାର୍ଥୀ କରାଯିବ ବୋଲି କଂଗ୍ରେସ କହିଛି।

Share