ମହିଳାଙ୍କୁ ଆକ୍ରମଣ, ବେଆଇନ ମଦ କାରବାର ଅଭିଯୋଗ: ୩ ଅଭିଯୁକ୍ତ କୋର୍ଟଚାଲାଣ

ଲୋଇସିଂହା,୧୧।୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ଝରଣୀପାଲି ପଞ୍ଚାୟତ ପଥରମୁଣ୍ଡା ଗାଁର ଜଣେ ମହିଳାଙ୍କୁ ଆକ୍ରମଣ ଓ ବେଆଇନ ମନ କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରିଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ପଥରମୁଣ୍ଡା ଗାଁର ବାପପୁଅ ରାତୁ ଭୋଇ, ସଂକୀର୍ତ୍ତନ ଭୋଇ ଓ ବରଗଡ଼ ଜିଲା ଗାଇସିଲାଟ ଥାନା ଅନନ୍ତର୍ଗତ କୁର୍ଲୁବାହାଲ ଗାଁର ଦୈତାରୀ ବରିହା। ଜାମିନ ନାମଞ୍ଜୁର ହେବାର ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ଲୋଇସିଂହା ଥାନାରେ ୨ଟି ପୃଥକ ମାମଲା ରୁଜୁ ହୋଇଛ।
ସୂଚନା ମୁତାବକ, ଆଗଲପୁର ବ୍ଲକ ପଥରମୁଣ୍ଡା ଗାଁର ବାପପୁଅ ରାତୁ ଓ ସଂକୀର୍ତ୍ତନ ବେଆଇନ ମଦ ପ୍ରସ୍ତୁତକରି ବିକ୍ରି କରିଥାନ୍ତି। ଏହାକୁ ଗାଁର ୮ଟି ଏସ୍‌ଏଚ୍‌ଜି ମହିଳା ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ସଂକୀର୍ତ୍ତନ ଆଶାକର୍ମୀ ଗୀତାଳି ମୁଦୁଲିଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଏଥିରେ ଗୀତାଳି ଆହତ ହୋଇଥିଲେ। ପରେ ଗ୍ରାମାବସୀ ସଂକୀର୍ତ୍ତନକୁ କାବୁକରି ଲୋଇସିଂହା ପୋଲିସକୁ ସୂଚନା ଦେଇଥିଲେ। ହେଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପୂର୍ବରୁ ସଂକୀର୍ତ୍ତନ ଘଟଣାସ୍ଥଳରୁ ଖସି ପଳାଇଥିଲେ। ପରେ ପୋଲିସ ରାତୁଙ୍କ ଘରେ ଚଢାଉକରି ୪୦ ଲିଟର ରନ୍ଧା ମଦ, ୪ କୁଇଣ୍ଟାଲ ମହୁଲ ପୋଚ ଓ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିଥିଲେ। ଏହି କାରବାରରେ ସମ୍ପୃକ୍ତ ଉପରୋକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରିଛି।

Share