ମୁମ୍ବାଇ,୯।୯: ମହାରାଷ୍ଟ୍ରର ବୁଲଧାନା ଜିଲାରେ ପ୍ରାୟ ୯୦ କୁକୁରଙ୍କ ମୃତଦେହ ମିଳିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏମାନଙ୍କ ମୃତଦେହକୁ ଗିରଦା-ସଭାଲଦାବରା ଜଙ୍ଗଲିଆ ରାସ୍ତାର ବିଭିନ୍ନ ସ୍ଥାନରେ ପଡିଥିବା ଗୁରୁବାର ଦେଖିବାକୁ ମିଳିଥିଲା। ପ୍ରାୟ ୫ଟି ସ୍ଥାନରେ ପଡିଥିବା ଶହେ କୁକୁରଙ୍କ ମଧ୍ୟରୁ ୯୦ଟିର ମୃତ୍ୟୁ ହୋଇଯାଇଥିବା କୁହାଯାଉଛି। ଆଉ ୧୦ଟି ଜୀବିତ ଥିବା ଜଣାପଡିଛି। ତେବେ କୁକୁର ଗୁଡିକ ପଡିଥିବା ସ୍ଥାନରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପୋଲିସ ଓ ବନବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ମୃତ ଓ ଜୀବିତ କୁକୁରଙ୍କୁ ଉଦ୍ଧାର କରିଥିଲେ। ତେବେ ଏମାନଙ୍କ ମୁହଁ ଓ ଗୋଡ଼ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା। କିଏ ଓ କାହିଁକି ଏକକାଳୀନ ଏତେ କୁକୁରଙ୍କୁ ମାରିଲା ତାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ କୁକୁରଙ୍କ ପୋଷ୍ଟ ମର୍ଟମ ପରେ ଏମାନଙ୍କ ମୃତ୍ୟୁ କିପରି ହୋଇଛି ଜଣାପଡିବ ବୋଲି ପୋଲିସ କହିଛି।