Categories: ଫୁରସତ

ଯେଉଁ ଦେଶର ମହିଳା ଖରା,ବର୍ଷାରେ ବାହାରନ୍ତିନି ବାହାରକୁ

ତାଇଓ୍ବାନ୍‌: ଛୋଟବେଳେ ଶୀଘ୍ରଶୀଘ୍ର ବଡ଼ ହୋଇଯିବାକୁ ସମସ୍ତଙ୍କର ଇଚ୍ଛା ହେଉଥିବା ବେଳେ ଯୁବାବସ୍ଥାରେ ପହଞ୍ଚିବା ପରେ ପ୍ରୌଢ଼ ଏବଂ ବାର୍ଦ୍ଧକ୍ୟକୁ କେହି ପସନ୍ଦ କରି ନ ଥା’ନ୍ତି। ଖାସ୍‌ ଏଥିପାଇଁ କିଏ କେତେ ଅର୍ଥ ବ୍ୟୟ କରି ଯୁବାବସ୍ଥାକୁ ବଜାୟ ରଖିବାକୁ ପ୍ରୟାସ କରିଥାନ୍ତି। ସେହିପରି ଏକ ଦେଶର ମହିଳାମାନେ ଯୁବାବସ୍ଥା ସବୁଦିନ ରଖିବା ପାଇଁ ଚାହିଁଥାନ୍ତି। ଏମିତି ଏକ ଦେଶ ହେଉଛି ଚାଇନା। ଏଠାକାର ତାଇଓ୍ବାନ୍‌ ହେଉଛିି ଏକ ଛୋଟିଆ ଦ୍ୱୀପ। ଏହାର ଆଖପାଖରେ ଥିବା କିଛି ଦ୍ୱୀପକୁ ମିଶାଇ ଏହାକୁ ଗଣରାଜ୍ୟ ବୋଲି କୁହାଯାଇଥାଏ। ଏଠାକାର ଲୋକସଂଖ୍ୟା ୨.୩୬ କୋଟି।

ଏହି ଦେଶର ମହିଳା ଦେଖିବାକୁ ଖୁବ୍‌ ସୁନ୍ଦର। ଏମାନଙ୍କ ସୌନ୍ଦର୍ଯ୍ୟ ପଛରେ ଏକ ଖାସ୍‌ କାରଣ ରହିଛି। ଖାଦ୍ୟପେୟ କିମ୍ବା ମେକଅପ୍‌ର କାରଣ ନୁହେଁ, ଖରାରେ ସେମାନେ କେବେ ବି ବାହାରକୁ ବାହାରି ନ ଥାନ୍ତି। ତାଙ୍କ ମତରେ ଖରାରେ ବାହାରକୁ ବାହାରିଲେ ଚେହେରା କଳା ପଡ଼ିଯିବା ସହ ଖରାପ ହୋଇଯିବ। ତେଣୁ ଯେତେ କାମ ଥାଉନା କାହିଁକି ଏହି ଦେଶର ମହିଳାମାନେ ଖରାରେ ବାହାରକୁ ବାହାରି ନ ଥାନ୍ତି। ତେଣୁ ସବୁବେଳେ ଫିଟ୍‌ ରହିଥାନ୍ତି। ଖାଲି ଖରା ନୁହେଁ, ବର୍ଷାରେ ମଧ୍ୟ ଏମାନେ ଭିଜିବାକୁ ପସନ୍ଦ କରି ନ ଥାନ୍ତି।

Share