ନୂଆଦିଲ୍ଲୀ,୨୦।୬: ଲୋକ ସଭାର ମିଳିତ ବୈଠକର ଏକ ଭିଡ଼ିଓ ଏବେ ଭାଇରାଲ ହୋଇଛି। ଭିଡ଼ିଓରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଗ ଧାଡ଼ିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ କିଛି ଦୂରରେ ବସି ମୋବାଇଲ୍ ଦେଖୁଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣର ପ୍ରଥମ ୨୪ ମିନିଟ୍ ରାହୁଲ ମୋବାଇଲ୍ରେ ବ୍ୟସ୍ତ ରହିଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହାପରେ ରାହୁଲ ୨୦ ମିନିଟ୍ ମା’ ସୋନିଆ ଗାନ୍ଧୀଙ୍କ ସହିତ କଥାବାର୍ତ୍ତାରେ ବ୍ୟସ୍ତ ରହିଥିଲେ। ଏବେ ଏହି ଭିଡ଼ିଓ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।