ଲୋକଙ୍କୁ ସଚେତନ କରିବା ସହ ମାସ୍କ ବାଣ୍ଟୁଛନ୍ତି ଡାବୁଗାଁ ବିଧାୟକ

ପାପଡ଼ାହାଣ୍ଡି, ୨୦।୩(ଡି.ଏନ୍‌.ଏ.): କରୋନା ମୁକାବିଲା ଲାଗି ରାଜ୍ୟ ସରକାର ଆଗୁଆ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଲୋକଙ୍କୁ ସଚେତନ କରିବା ସହ ମାସ୍କ ବାଣ୍ଟୁଛନ୍ତି।
ଶୁକ୍ରବାର ସେ ପାପଡ଼ାହାଣ୍ଡି ଓ ମାଝୀଗୁଡାଠାରେ ପହଞ୍ଚିି ଲୋକଙ୍କୁ ପ୍ରଥମେ କରୋନା ରୋଗର ଲକ୍ଷଣ ସମ୍ପର୍କରେ ଅବଗତ କରାଇଥିଲେ। ସମସ୍ତେ ମାସ୍କ ପିନ୍ଧିବା ସହ ହାତକୁ ଭଲ ଭାବେ ଧୋଇବା ଉଚିତ। ଥଣ୍ଡା, ଖାସ, ଜ୍ୱରର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଲାଗି ସେ ଲୋକଙ୍କୁ ବୁଝାଇଥିଲେ। ଏ ନେଇ ଲୋକେ ତାଙ୍କୁୁ ଧନ୍ୟବାଦ ଜଣାଇଛନ୍ତି।

Share