ଶାବର ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ : ଅପେକ୍ଷା ରଥଟଣାକୁ

କୋରାପୁଟ,୪ା୭(ସ୍ବ.ପ୍ର.): ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥଯାତ୍ରା ନେଇ ତିନି ରଥ ଓ ପଥ ପ୍ରସ୍ତୁତ ହୋଇ ରହିଛି । ଅପେକ୍ଷା କେବଳ ରଥଟଣାକୁ। ଚଳିତବର୍ଷ ପ୍ରଥମ ଥର ପାଇଁ ୩ଟି ରଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସୁଭଦ୍ରାଙ୍କ ରଥକୁ କେଳ ମହିଳାମାନେ ଟାଣିବାକୁ ଥିବାବେଳେ ଏଥିରେ ଦୁଇ ମହିଳା ଡାହୁକ ରହିବେ। ସେହିପରି ରଙ୍ଗବାଲି କୁମ୍ଭା ଗ୍ରାମର ମୁଖିଆ ଦାସୀ ନାୟକ ଜଗନ୍ନାଥ ରଥରେ ଛେରାପହଁରା କରିବାକୁ ଥିବାବେଳେ ଜିଲାପାଳ ଗ୍ରାମ ମୁଖିଆମାନଙ୍କୁ ଶିରିପା ପିନ୍ଧାଇଲା ପରେ ଅପରାହ୍ନ ୧ଟାରେ ରଥଟଣା ଆରମ୍ଭ ହେବ ବୋଲି ମନ୍ଦିର ପରିଚାଳନା କମିଟି ସଂପାଦକ ଗଦାଧର ପରିଡ଼ା ସୂଚନା ଦେଇଛନ୍ତି। ପାଗ ଅନୁକୂଳ ଥିବାବେଳେ ପହଣ୍ଡି ଆରମ୍ଭ ହୋଇଯାଇଛି।