Categories: ଜାତୀୟ

ସଂସଦକୁ ପାଶ୍ଚ୍ୟାତ ପୋଷାକ ପିନ୍ଧି ଆସି ଟ୍ରୋଲ ହେଲେ ଦୁଇ ଏମପି

ନୂଆଦିଲ୍ଲୀ, ୨୯।୫: ପ୍ରଥମଥର ପାଇଁ ଲୋକ ସଭା ନିର୍ବାଚନ ଜିତି ସଂସଦ ଆସିଥିବା ଦୁଇ ମହିଳା ଏମ୍‌ପି ଏବେ ଚର୍ଚ୍ଚାରେ ଅଛନ୍ତି। ସେମାନେ ହେଲେ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜାହାଂ। ପ୍ରଥମଥର ପାଇଁ ସଂସଦକୁ ପାଶ୍ଚ୍ୟାତ ପୋଷାକ ପିନ୍ଧି ଆସି ଟ୍ରୋଲ ହୋଇଛନ୍ତି ଏହିଦୁଇ ଅଭିନେତ୍ରୀ। ୩୦ ବର୍ଷୀୟ ମିମି ଏବଂ ୨୯ ବର୍ଷୀୟ ନୁସରତ ସଂସଦକୁ ଜିନ୍ସ ଟି-ଶାର୍ଟ ପିନ୍ଧି ଆସିଥିଲେ। ଏହି ଫଟୋକୁ ମିମି ନିଜ ସୋସିଆଲ ମିଡିଆରେ ଶେୟାର କରିବା ପରେ ତାଙ୍କ ଫ୍ୟାନମାନେ ପାର୍ଲାମେଣ୍ଟ ଆଗେରେ ଫଟୋ ଶୁଟ୍‌ ବୋଲି ଆଖ୍ୟା ଦେଇଛନ୍ତି। ସୂଚନାଯୋଗ୍ୟ, ଉଭୟ ମିମି ଏବଂ ନୁସରତ୍‌ ବଙ୍ଗାଳୀ ସିନେମାର ଜଣାଶୁଣା ଅଭିନେତ୍ରୀ। ମିମି ଯାଧବପୁର ଲୋକ ସଭା ଆସନରୁ ଜିତିଥିବାବେଳେ ନୁସରତ ବସିରହାଟ ଲୋକ ସଭା ଆସନରୁ ଜିତିଛନ୍ତି।

Share