ସଫେଇ ସହଯୋଗ: ଫନୀ ପ୍ରଭାବିତ ପୁରୀକୁ ଗଲେ ଏସ୍‌ଏମ୍‌ସି କର୍ମଚାରୀ

ସମ୍ବଲପୁର,୧୨।୬(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମର ୩୨ ଜଣ (ଏସ୍‌ଏମ୍‌ସି) ସଫେଇ କର୍ମଚାରୀ ବୁଧବାର ପୁରୀକୁ ଯାଇଛନ୍ତି। ବାତ୍ୟା ଫନୀରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ପୁରୀକୁ ସ୍ବଚ୍ଛ କରିବା ଉଦ୍ଦେଶ୍ୟରେ ସେମାନେ ସମ୍ବଲପୁରରୁ ପୁରୀ ଅଭିମୁଖେ ବାହାରିଛନ୍ତି। ପୁରୀ ପ୍ରଶାସନକୁ ଭେଟିବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟରେ ନିୟୋଜିତ ହେବେ। ସେମାନେ ପ୍ରାୟ ଏକ ସପ୍ତାହ ଧରି ସେଠାରେ କାମ କରିବେ ବୋଲି ଜଣାପଡ଼ିଛି।