Categories: ରାଜ୍ୟ

ସାଇସ୍ବରୂପ, ପୀୟୂଷଙ୍କୁ ଏଲୋ ରେଟିଂ ମାନ୍ୟତା

ଢେଙ୍କାନାଳ ଅଫିସ, ୨୬।୭- ଢେଙ୍କାନାଳ ଶ୍ରେୟା ଚେସ୍‌ ଏକାଡେମୀର ଉଦୀୟମାନ ଖେଳାଳି ସାଇସ୍ବରୂପ ମିଶ୍ର ଏବଂ ପୀୟୂଷ କୁମାର ସାହୁଙ୍କୁ ଅନ୍ତର୍ଜାତୀୟ ଏଲୋ ରେଟିଂ ମାନ୍ୟତା ମିଳିଛି। ଚଳିତ ଜୁଲାଇ ୧ରେ ପ୍ରକାଶିତ ରେଟିଂ ତାଲିକାରେ ଉଭୟଙ୍କ ନାମ ସ୍ଥାନ ପାଇଛି।
ରାଜ୍ୟର ଜଣେ ପ୍ରତିଷ୍ଠିତ ଚେସ୍‌ ଖେଳାଳି ଭାବେ ସାଇସ୍ବରୂପ ସୁନାମ ଅର୍ଜନ କରିଛନ୍ତି। ଗତ ଜୁନ୍‌ରେ ଭୁବନେଶ୍ୱର କିଟ୍‌ରେ ଆୟୋଜିତ ଅନ୍ତର୍ଜାତୀୟ ଚେସ୍‌ ଫେଷ୍ଟିଭାଲ ଏବଂ କଟକରେ ଅନୁଷ୍ଠିତ ସର୍ବଭାରତୀୟ ଟ୍ରିପଲ-ସି ପ୍ରତିଯୋଗିତାରେ ସେ ୮ଜଣ ରେଟେଡ୍‌ ଖେଳାଳିଙ୍କୁ ପରାସ୍ତ କରିଥିଲେ। ୪ ରେଟେଡ ଖେଳାଳିଙ୍କ ସହ ମ୍ୟାଚ ଅମୀମାଂସିତ ରଖିବାରେ ସଫଳ ହୋଇଥିଲେ। ପୀୟୂଷ ମଧ୍ୟ ୩ଜଣ ରେଟେଡ୍‌ ଖେଳାଳିଙ୍କୁ ପରାଜିତ କରିବା ସହ ୨ଜଣଙ୍କ ସହ ମ୍ୟାଚ ଅମୀମାଂସିତ ରଖିଥିବା ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଦୁଇଜଣ କ୍ରୀଡ଼ାବିତ୍‌ ସ୍ଥାନୀୟ ସେଣ୍ଟ ଜାଭିୟର୍ସ ସ୍କୁଲରେ ପଢୁଛନ୍ତି। ଏକାଡେମୀର ବରିଷ୍ଠ କୋଚ୍‌ ମନୋଜ କୁମାର ରାୟ, ନିହାର ରଞ୍ଜନ

Share