Categories: ଜାତୀୟ

ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ୍‌ ମାଡ଼: ୬ ଯବାନ ଆହତ

ଶ୍ରୀନଗର,୨୭।୧୦: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରିଛନ୍ତି। ଏଥିରେ ୬ ଯବାନ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ପାଇଁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରୀନଗରର କରନ୍‌ ନଗର ଥାନା ଅନ୍ତର୍ଗତ କାକା ସରାଇ ଅଞ୍ଚଳରେ ଗ୍ରେନେଡ୍‌ ମାଡ଼ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆହତ ଯବାନମାନେ ସିଆର୍‌ପିଏଫ୍‌ ୧୪୪ ବାଟାଲିୟନ୍‌ର ବୋଲି କୁହାଯାଉଛି। ସମ୍ପୃକ୍ତ ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରି ରହିଛନ୍ତି। ଏହା ସହିତ ସେଠାରେ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଛି।

Share