ସ୍ବାସ୍ଥ୍ୟକେନ୍ଦ୍ର ନିକଟରୁ ଉଚ୍ଛେଦ ହେଲା ଦୋକାନ

ଚମ୍ପୁଆ,୧୬ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଦୋକାନ ଗୃହକୁ ଶନିବାର ଚମ୍ପୁଆ ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି। ତହସିଲଦାର ଆଲୋକ କୁମାର ପଟେଲ, ବାରିଆ ପୋଲିସ ଓ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଇଛି।
ଦୀର୍ଘଦିନରୁ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମ୍ମୁଖ ପାଚେରିକୁ ଲାଗି ଦୋକାନଗୁଡିକ ରହିଥିଲା। କରୋନା ମୁକାବିଲା ଲାଗି ଏବେ ସରକାରଙ୍କ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏପରି କି ରୋଗୀମାନଙ୍କର ଲକ୍ଷଣ ଜାଣିବା ପାଇଁ ସ୍ବତନ୍ତ୍ର ଭାବେ କ୍ଲିନିକ କରାଯାଇଛି। ସମୂହ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ତହସିଲଦାର ପଟେଲ ସୂଚନା ଦେଇଛନ୍ତି। କିଛିଦିନ ପୂର୍ବରୁ ଦୋକାନୀମାନଙ୍କୁ ଉକ୍ତ ସ୍ଥାନ ଖାଲି କରିବାକୁ ନୋଟିସ ଦିଆଯାଇଥିଲା। ବର୍ତ୍ତମାନ ଉକ୍ତ ଦୋକାନଗୁଡିକ ଅସ୍ଥାୟୀ ଭାବରେ କରାଯିବ। ପରେ ପଞ୍ଚାୟତ ପକ୍ଷରୁ ଗୃହ ନିର୍ମାଣ କରାଯାଇ ଉକ୍ତ ଦୋକାନୀମାନଙ୍କୁ ଯୋଗାଇଦିଆଯିବ।

 

Share