Categories: ଜାତୀୟ

ୟୁଏନ୍‌ଏଚ୍‌ଆର୍‌ସିର ୪୭ ସଦସ୍ୟ: ୫୮ ରାଷ୍ଟ୍ରକୁ ଧନ୍ୟବାଦ ଦେଲେ ଇମ୍ରାନ୍‌

ନୂଆଦିଲ୍ଲୀ,୧୪ା୯: ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)ର ମୋଟ ସଦସ୍ୟ ସଂଖ୍ୟା ୪୭ ଥିବାବେଳେ ପାକିସ୍ତାନକୁ ୫୮ ରାଷ୍ଟ୍ର ସମର୍ଥନ ଦେଇଥିବା ସେଠାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦାବି କରିଛନ୍ତି। ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଇମ୍ରାନ୍‌ଙ୍କୁ ହଟହଟା ହେବାକୁ ପଡ଼ିଛି। ଇମ୍ରାନ୍‌ ଗୁରୁବାର ରାତିରେ ଟୁଇଟ୍‌ କରିଥିଲେ, ଗତ ୧୦ ତାରିଖରେ ୟୁଏନ୍‌ଏଚ୍‌ଆର୍‌ସି ଅଧିବେଶନରେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ୫୮ ରାଷ୍ଟ୍ରର ସମର୍ଥନ ମିଳିଛି। ଏଥିଲାଗି ସେ ସମସ୍ତ ୫୮ ରାଷ୍ଟ୍ରକୁ ଧନ୍ୟବାଦ ଦେଇଥିଲେ। ଏହି ଟୁଇଟ୍‌ ପରେ ୧୧ଟି ଅଧିକ ରାଷ୍ଟ୍ରର ସମର୍ଥନ ଦାବି କରିଥିବା ଇମ୍ରାନ୍‌ଙ୍କ ଜ୍ଞାନକୁ ନେଇ ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି।

Share