ଇନ୍ଦୋର,୨୯।୫: ପରିବର୍ତ୍ତିତ ଜୀବନ ଶୈଳୀରେ କେତେକ ପିଜା ଖାଇବାକୁ ପସନ୍ଦ କରିଥାନ୍ତି। ଏହାର ପ୍ରସ୍ତୁତି ଶୈଳୀର ପେଟେଣ୍ଟ ଅନ୍ୟ ରାଷ୍ଟ୍ର ନାମରେ ରହିଛି। ତେବେ ୨ ହଜାର ବର୍ଷ ତଳେ ଭାରତରେ ପ୍ରଥମେ ପିଜା ପ୍ରସ୍ତୁତ ହୋଇଥିଲା। ପୁରାତନ ହରପ୍ପାନ୍ ସଭ୍ୟତାରେ ଲୋକେ ପିଜା ଖାଇବାକୁ ପସନ୍ଦ କରୁଥିଲେ। ଏନେଇ ଇନ୍ଦୋରରେ ଆୟୋଜିତ ଏକ କର୍ମଶାଳାରେ ଯୋଗଦେଇ ଐତିହାସିକ ଟୋନି ଯୋଶେଫ୍ ପ୍ରକାଶ କରିଛନ୍ତି। ଧୀରେ ଧୀରେ ଭାରତୀୟ ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳକୁ ସ୍ଥାନାନ୍ତର ହୋଇଛନ୍ତି। ସେଠାରେ ସେମାନେ ନିଜ ମୂଳ ଖାଦ୍ୟ ଶୈଳୀର ଉପଯୋଗ କରିଛନ୍ତି। ପିଜାକୁ ହରପ୍ପାନ୍ ସଭ୍ୟତାରେ ପିଷ୍ଟକ କୁହାଯାଉଥିଲା। ଏଥିରେ ବିଭିନ୍ନ ପରିବା, କ୍ଷୀର, ଦହି,ଲହୁଣୀ, ଘିଅ ଆଦିର ବ୍ୟବହାର କରାଯାଉଥିଲା। ତେବେ କାଳକ୍ରମେ ଏହାର ପ୍ରସ୍ତୁତି ପ୍ରଣାଳୀରେ ପରିବର୍ତ୍ତନ ଆସିଥିଲା ବୋଲି ଯୋଶେଫ୍ ସୂଚନା ଦେଇଛନ୍ତି।