୪୫ ଶହ ବର୍ଷ ପୁରାତନ ଉଲ୍‌କା ପିଣ୍ଡରୁ ନିର୍ମିତ ପିସ୍ତଲ ୧୦ କୋଟିରେ ହେବ ନିଲାମ

ଓ୍ବାଶିଂଟନ,୯।୭: ଆମେରିକା ଡଲାସ୍‌ରେ ଦୁଇଟି ପିସ୍ତଲର ନିଲାମ୍‌ ଜୁଲାଇ ୨୦ରେ କରାଯିବ। ଏଥିପାଇଁ ସର୍ବନିମ୍ନ ନିଲାମ ଡାକ ୬ କୋଟି ଟଙ୍କା ରହିଛି। ଏହାକୁ ୧୦ କୋଟି ଟଙ୍କାରେ ନିଲାମ କରାଯିବାର ଯୋଜନା ରହିଛି। ପିସ୍ତଲ ଦୁଇଟିର ନିଲାମ ଆମେରିକା ହେରିଟେଜ୍‌ ହାଉସ୍‌ ପକ୍ଷରୁ କରାଯିବ। ଏହି ପିସ୍ତଲ ଦୁଇଟିକୁ ୪୫ ଶହ ବର୍ଷ ପୁରାତନ ଉଲ୍‌କା ପିଣ୍ଡରୁ ନିର୍ମାଣ କରାଯାଇଛି। ଏହା ପୃଥିବୀର ଉପରେ ପଡ଼ିଥିବା ପ୍ରଥମ ଉଲ୍‌କା ପିଣ୍ଡ ବୋଲି କୁହାଯାଉଛି। ୧୯୦୬ରେ ମିଳିଥିବା ମ୍ୟୁନିୟୋନୋଲୁଷ୍ଟା ଉଲକା ପିଣ୍ଡରୁ ପିସ୍ତଲଗୁଡ଼ିକୁ ନିର୍ମାଣ କରାଯାଇଛି ବୋଲି ନିଲାମ୍‌ ହାଉସ୍‌ର ପ୍ରାକୃତିକ ବିଜ୍ଞାନ ବିଭାଗ ନିର୍ଦ୍ଦେଶକ କ୍ରେଗ୍‌ କିସିକ୍‌ ସୂଚନା ଦେଇଛନ୍ତି। ଏହାର ନିର୍ମାଣ ଲୋଇ ବିୟୋନ୍ଦୁ କରିଛନ୍ତି।

Share