Categories: ଜାତୀୟ

୧୦୦ କିଲୋ ଓଜନର କଇଁଛକୁ ଗଭୀର ସମୁଦ୍ରରେ ଛଡ଼ାଗଲା

ରାମନାଥପୁରମ୍‌, ୧୨।୧୦: ତାମିଲନାଡୁ ରାମନାଥପୁରମ୍‌ ଜିଲାର ସମୁଦ୍ର କୂଳରୁ ୧୦୦ କିଲୋ ଓଜନର ଏକ ବୃହତ କଇଁଛକୁ ଉଦ୍ଧାର କରାଯାଇଛି। କଇଁଛଟି ମାଣ୍ଡାପମ୍‌ର ସମୁଦ୍ରକୂଳରେ ଲାଗିଥିଲା। ଖବର ପାଇ ବନ୍ୟ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କଇଁଛକୁ ଉଦ୍ଧାର କରିଥିଲେ। ଏହାପରେ କଇଁଛଟିକୁ ଗଭୀର ସମୁଦ୍ରରେ ଛାଡ଼ି ଦିଆଯାଇଥିବା ବନ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବୃହତ କଇଁଛଟି ମାକ୍ରୋସେଫାଲି ପ୍ରଜାତିର ବୋଲି ବନ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଜୁଆରରେ ଗଭୀର ସମୁଦ୍ରରୁ କଇଁଛଟି କୂଳକୁ ଭାସି ଆସିଥିବା ବନ୍ୟ ବିଭାଗ ବିଶେଷଜ୍ଞ କହିଛନ୍ତି।

Share