ନୂଆଦିଲ୍ଲୀ,୧।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୦୪୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୫୩ ଜଣଙ୍କ ମୃତ୍ୟୁ ଘଟଥିବା ଜଣାପଡିଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪,୪୬,୫୬,୬୩୮ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪,୪୫,୩୬,୨୩୫ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୧୭,୬୧୮ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୨୯,୦୭୭କୁ ବୃଦ୍ଧି ପାଇଛି।