Categories: ଜାତୀୟ

ଜମ୍ମୁ-କଶ୍ମୀରର ୨ ଜିଲାରେ ନିୟୋଜିତ ହେବେ ୧୮୦୦ ଅତିରିକ୍ତ ଯବାନ

ଶ୍ରୀନଗର,୪।୧: ନିକଟରେ ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଜମ୍ମୁ କଶ୍ମୀରକୁ ଅତିରିକ୍ତ ୧୮ଟି କମ୍ପାନୀ (୧୮୦୦ ଯବାନ) ପଠାଇବ। ଏହି ୧୮୦୦ ଯବାନ ପୁଞ୍ଚ ଏବଂ ରାଜୌରୀ ଜିଲାରେ ନିୟୋଜିତ ହେବେ। ଜମ୍ମୁ କଶ୍ମୀରର ରାଜୌରୀ ଜିଲାରେ ଦୁଇଟି ଆତଙ୍କବାଦୀ ଘଟଣାରେ ଦୁଇ ନାବାଳିକାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି।
ସୂତ୍ରରୁ ପ୍ରକାଶ ଯେ, ଆତଙ୍କବାଦୀମାନେ ଗତ ରବିବାର ରାଜୌରୀ ଜିଲାର ତିନିଟି ଘର ଉପରକୁ ଗୁଳି ଚଳାଇଥିଲେ। ଏଥିରେ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଥିଲେ। ସୋମବାର ମଧ୍ୟ ଆତଙ୍କବାଦୀ ଆକ୍ରମଣରେ ୨ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା।

Share