କରୋନା ସଙ୍କଟରେ ୩ ସଂକ୍ରମଣର ଦୋହରା ମାଡ଼…

ଜେନେଭା, ୨୩।୫ : କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନା ସଙ୍କଟରେ ଯୁଝୁ ଥିବା ପୃଥିବୀ ଉପରେ ୩ ସଂକ୍ରମଣର ଦୋହରା ମାଡ଼ ଆରମ୍ଭ ହୋଇଛି। ଟମାଟୋ ଫ୍ଲୁ , ହେପାଟାଇଟିସ୍‌ ଏବଂ ମଙ୍କିପକ୍ସ୍‌ ସଂକ୍ରମଣ ଯୋଗୁ ପୃଥିବୀର କେତେକ ଦେଶରେ ଆତଙ୍କ ଦେଖାଦେଇଛି।

ବିଶ୍ୱସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ପୃଥିବୀର ୧୨ଟି ଦେଶରେ ମଙ୍କିପକ୍ସ୍‌ର ୯୨ ମାମଲା ପଞ୍ଜିକୃତ ହୋଇଛି।ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଙ୍କିପକ୍ସ୍‌ ସଂକ୍ରମଣ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ସେହିପରି ୫ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କଠାରେ ଟମାଟୋ ଫ୍ଲୁ ସଂକ୍ରମଣରେ ବୃଦ୍ଧି ଘଟିଛି। ଏହା ଯୋଗୁ ସଙ୍କଟ ବଢ଼ିଚାଲିଛି। କିଛି ଦିନ ହେବ, ସାରା ବିଶ୍ୱରେ ପିଲାମାନଙ୍କଠାରେ ହେପାଟାଇଟିସ ସଂକ୍ରମଣ ଦେଖାଦେଇଛି । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଏବଂ ବ୍ରିଟେନର ସ୍ବାସ୍ଥ୍ୟ ସୁରକ୍ଷା ଏଜେନ୍ସି ସମେତ ପ୍ରମୁଖ ସ୍ବାସ୍ଥ୍ୟ ଏଜେନ୍ସି ପକ୍ଷରୁ ଏହି ସଂକ୍ରମଣ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରାଯାଇଛି।

Share