ବରଗଡ଼ରୁ ପୁଣି ୪ କରୋନା ପଜିଟିଭ ଚିହ୍ନଟ

ବରଗଡ଼ ଅଫିସ,୨୧।୭: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ୪ଜଣ ନୂଆ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨ଜଣ ମହିଳା ଥିବାବେଳେ ୨ ପୁରୁଷ ରହିଛନ୍ତି। ସେଥିମଧ୍ୟରୁ ବରପାଲି ବ୍ଳକ ଟିଙ୍ଗିପାଲି ଗ୍ରାମରୁ ୨ଜଣ ରହିଥିବା ବେଳେ ବରଗଡ ବ୍ଲକ କଟାପାଲି ଏବଂ ଅତାବିରା ବ୍ଳକ ଟାଙ୍ଗରପାଲି ସଙ୍ଗରୋଧ କେନ୍ଦ୍ରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଟାଙ୍ଗରପାଲିର ଆକ୍ରାନ୍ତ ଜଣକ ମହାରାଷ୍ଟ୍ର ଫେରନ୍ତା ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ଆକ୍ରାନ୍ତମାନଙ୍କୁ ଚିକିତ୍ସା ପାଇଁ ବରଗଡ଼ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଆକ୍ରାନ୍ତମାନେ ରହିଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ସୂଚନା ମିଳିଛି।

Share