Categories: ଜାତୀୟ

ବ୍ଲକ୍‌ ହେଲା ୪୫ ଭିଡିଓ

ନୂଆଦିଲ୍ଲୀ, ୨୭ା୯: ଘୃଣା ମନ୍ତବ୍ୟ ଏବଂ ସାମ୍ପ୍ରଦାୟିକ ହିଂସାକୁ ଉସୁକାଉଥିବା ଭଳି ୪୫ ଭିଡିଓକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବ୍ଲକ୍‌ କରିଛି। ଏହି ଭିଡିଓଗୁଡ଼ିକ ୧୦ଟି ୟୁଟ୍ୟୁବ୍‌ ଚ୍ୟାନେଲରେ ଅପ୍‌ଲୋଡ ହୋଇଥିଲା। ଧର୍ମୀୟ ସମ୍ପ୍ରଦାୟ ମଧ୍ୟରେ ଘୃଣା ବିସ୍ତାର କଲା ଭଳି କଣ୍ଟେଣ୍ଟ, ମିଥ୍ୟା ତଥ୍ୟ ଏବଂ ଏଡିଟିଂ ସହ ଭିଡିଓଗୁଡ଼ିକୁ ଜାଲିଆତି କରାଯାଇଥିଲା। ସେଗୁଡ଼ିକରେ ୧ କୋଟି ୩୦ ଲକ୍ଷରୁ ଅଧିକ ଭ୍ୟୁଜ୍‌ ଆସିଛି। ଏପରିକି ସରକାର ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାର ଛଡ଼ାଇ ନେଇଥିବା ଉପରେ ମଧ୍ୟ କେତେକ ଭିଡିଓ କରାଯାଇଛି। ଗୋଇନ୍ଦା ସୂଚନା ପାଇବା ପରେ ଭିଡିଓଗୁଡ଼ିକୁ ବ୍ଲକ୍‌ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

Share