ନୂଆଦିଲ୍ଲୀ,୬।୨ : ସୋମବାର ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂତନ ବିଚାରପତି ନିଯୁକ୍ତି ପାଇଛନ୍ତି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ନବ ନିଯୁକ୍ତ ବିଚାରପତିଙ୍କୁ ପଦ ଓ ଗୋନୀୟତାର ଶପଥ ପାଠ କରାଇଛନ୍ତି। ଫଳରେ ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟର ମୋଟ ବିଚାରପତିଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି।
ସୁପ୍ରିମକୋର୍ଟରେ ବିଚାରପତିଙ୍କ ଅନୁମୋଦିତ ଶକ୍ତି ହେଉଛି ୩୪। ରାଜସ୍ଥାନ, ପାଟନା ଏବଂ ମଣିପୁରର ହାଇକୋର୍ଟର ତିନିଜଣ ମୁଖ୍ୟ ବିଚାରପତି ଜଷ୍ଟିସ ପଙ୍କଜ ମିତ୍ତଲ, ଜଷ୍ଟିସ ସଞ୍ଜୟ କାରୋଲ ଏବଂ ପିଭି ସଞ୍ଜୟ କୁମାର ଶପଥ ଗ୍ରହଣ କରିଛନ୍ତି।
ଏହା ସହିତ ପାଟନା ହାଇକୋର୍ଟର ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ମନୋଜ ମିଶ୍ର ଶପଥ ଗ୍ରହଣ କରିଛନ୍ତି।