ଭଦ୍ରକ ଅଫିସ, ୧୮।୨ – ଭଦ୍ରକ ଜିଲା ସଦର ବ୍ଲକ ଅଧୀନ କଲେଇ ପଞ୍ଚାୟତ ଚୁନିଦା ଗ୍ରାମରେ ଭୋଜି ଖାଇ ୨୦ରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୫ ଗୁରୁତରଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୁଧବାର ଏହି ଗ୍ରାମରେ ଆୟୋଜିତ ଏକ ବିବାହ ଭୋଜି ଖାଇଥିଲେ ଗ୍ରାମବାସୀ। ଗୁରୁବାର ହଠାତ୍ ସେମାନଙ୍କ ମଧ୍ୟରୁ କେତେଜଣଙ୍କର ପେଟ କାଟିବା ସହ ଝାଡ଼ାବାନ୍ତି ହୋଇଥିଲା। ଏଭଳି ଭାବେ ୨୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇପଡ଼ିଥିଲେ। ଏ ସମ୍ପର୍କରେ ଖବର ପାଇ ଏକ ଡାକ୍ତରୀ ଟିମ୍ ଉକ୍ତ ଗାଁରେ ପହଞ୍ଚି ଅସୁସ୍ଥ ଲୋକଙ୍କୁ ଚିକିତ୍ସା କରିଥିବା ସୂଚନା ମିଳିଛି।