ସ୍କୁଟିରେ ଭର୍ତ୍ତି କଲେ ୫୫ ହଜାର ଟଙ୍କାର ପେଟ୍ରୋଲ…

ଥାଣେ, ୨୫।୯ : ପେଟ୍ରୋଲ ପମ୍ପରେ କମ ପେଟ୍ରୋଲ ଭରିବା ନେଇ ବାରମ୍ବାର ଅଭିଯୋଗ ହେଉଛି, କିନ୍ତୁ ମହାରାଷ୍ଟ୍ରର ଥାଣେରେ ଏହାର ଓଲଟା ଘଟିଛି। ଏଠାରେ ସ୍କୁଟିରେ ପେଟ୍ରୋଲ ଭରିବା ପାଇଁ ଜଣେ ଗ୍ରାହକଙ୍କଠାରୁ ୫୫ ହଜାର ଟଙ୍କା ଆଦାୟ କରାଯାଇଛି।

ଗ୍ରାହକ ମାତ୍ର ୫୫୦ ଟଙ୍କାର ପେଟ୍ରୋଲ ଭର୍ତ୍ତି କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ପେଟ୍ରୋଲ ପମ୍ପ ମାଲିକ ଅସୁବିଧାରେ ପଡ଼ିଥିଲେ। ପରେ, ଭୁଲକୁ ସଂଶୋଧନ କରି ଗ୍ରାହକଙ୍କ ଆକାଉଣ୍ଟକୁ ବାଲାନ୍ସ ରାଶି ଫେରସ୍ତ କରାଯାଇଥିଲା ।

ଜଣେ ଗ୍ରାହକ ହୋଣ୍ଡାର ଆକ୍ଟିଭା ସ୍କୁଟିରେ ପେଟ୍ରୋଲ ଭରିବା ପାଇଁ ଥାଣେର ଏକ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। ସେ ୫୫୦ଟଙ୍କା ମୂଲ୍ୟର ପେଟ୍ରୋଲ ଭର୍ତ୍ତି କରିଥିଲେ। କିନ୍ତୁ ଯେତେବେଳେ ସେ ଅନଲାଇନରେ ପେମେଣ୍ଟ କଲେ, ତାଙ୍କ ଆକାଉଣ୍ଟରୁ ୫୫ ହଜାର ଟଙ୍କା କଟାଯାଇଥିବା ଜଣାପଡିଥିଲା। ଏହା ପରେ ସେ ପେଟ୍ରୋଲ ପମ୍ପ ମାଲିକଙ୍କ ନିକଟରେ ଅଭିଯୋଗ କରିଥିଲେ।

ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share