Categories: ଜାତୀୟ

ଏନ୍‌ଇଇଟି-ଜେଇଇ ପରୀକ୍ଷା ସ୍ଥଗିତ ନେଇ ସୁପ୍ରିମକୋର୍ଟ ଗଲେ ୬ରାଜ୍ୟର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୮।୮: ଆସନ୍ତା ସେପ୍ଟେମ୍ବର ମାସରେ ହେବାକୁ ଥିବା ଜେଇଇ ମେନ ଓ ଏନ୍‌ଇଇଟି ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଗଲେ ଭାଜପା ବିରୋଧୀ ୬ଟି ରାଜ୍ୟର ଶିକ୍ଷାମନ୍ତ୍ରୀ। ଏହି ୬ଟି ରାଜ୍ୟରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ରାଜସ୍ଥାନ, ଛତିଶଗଡ଼, ପଞ୍ଜାବ ଓ ମହାରାଷ୍ଟ୍ର ସାମିଲ ରହିଛନ୍ତି। ପରୀକ୍ଷା ଉପରେ ପୁର୍ନବିଚାର ପାଇଁ ସୁପ୍ରିମକୋର୍ଟରେ ଏହି ରାଜ୍ୟର ଶିକ୍ଷାମନ୍ତ୍ରୀମାନେ ଶୁକ୍ରବାର ଏକ ଆବେଦନ ଦାଖଲ କରିଛନ୍ତି। କରୋନା କାଳରେ ଉକ୍ତ ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ଏହି ଆବେଦନ ପତ୍ରରେ ଦାବି କରାଯାଇଛି। ସୂଚନାଯୋଗ୍ୟ, ଅଗଷ୍ଟ ୧୭ରେ ଏନ୍‌ଇଇଟି ଓ ଜେଇଇ ପରୀକ୍ଷା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ଅନୁମତି ଦେଇଥିଲେ। ତେବେ ସୁପ୍ରିମକୋର୍ଟ ଓ କେନ୍ଦ୍ରସରକାରଙ୍କ ଏହି ନିଷ୍ପତ୍ତିକୁ ଅଭିଭାବକ ଓ କେତେକ ରାଜ୍ୟ ସରକାର ବିରୋଧ କରିଛନ୍ତି। ଦେଶରେ ଜାରି ରହିଥିବା କରୋଟ ସଙ୍କଟ ମଧ୍ୟରେ ଯେଉଁଠି ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି ସେଠାରେ ଏଭଳି ପରୀକ୍ଷା କେତେଦୂର ସମ୍ଭବ ଏନେଇ ରାଜ୍ୟସରକାର ପ୍ରଶ୍ନ ଉଠାଇଛନ୍ତି। ଏଥିରେ କରୋନା ସଂକ୍ରମଣ ବ୍ୟାପିବାର ଅଧିକ ସମ୍ଭାବନା ଥିବାରୁ ରାଜ୍ୟ ସରକାରମାନେ ଏହି ପରୀକ୍ଷା ସ୍ଥଗିତ ନେଇ ଦାବି କରିଛନ୍ତି।

Share