ନୂଆଦିଲ୍ଲୀ, ୧୨।୧: ମିଥ୍ୟା ଖବର ପ୍ରସାରଣ ନେଇ ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗୁରୁବାର ୬ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛି। ଏ ନେଇ ପ୍ରେସ୍ ଇନ୍ଫମେଶନ୍ ବ୍ୟୁରୋ (ପିଆଇବି) ଏବଂ ଫ୍ୟାକ୍ଟ ଚେକ୍ ୟୁନିଟ୍ (ଏଫ୍ସିୟୁ)ର ଯଥେଷ୍ଟ ପ୍ରମାଣ ହସ୍ତଗତ ହୋଇଛି। ଦର୍ଶକଙ୍କ ପାଇଁ ଏହି ଫେକ୍ ଚ୍ୟାନେଲ ଜଣାଶୁଣା ନ୍ୟୁଜ୍ ଆଙ୍କରମାନଙ୍କ ଫଟୋ ସାଙ୍ଗକୁ ଉନ୍ମାଦନ ଥମ୍ବନେଲ ବ୍ୟବହାର କରୁଥିଲେ। ଚ୍ୟାନେଲର ୨୦ ଲକ୍ଷରୁ ଅଧିକ ସବ୍ସ୍କ୍ରାଇବର ଥିବା ବେଳେ ସେମାନଙ୍କ ଦ୍ୱାରା ପରିବେଷଣ ହୋଇଥିବା ଖବରକୁ ୫୧ କୋଟି ଥର ଦେଖାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।