Categories: ଜାତୀୟ

ବିହାର ନିର୍ବାଚନ: ଲଢିବା ପୂର୍ବରୁ ମଉଳିଗଲା ୭ ପ୍ରାର୍ଥୀଙ୍କ ସ୍ୱପ୍ନ

ପାଟନା, ୧୧ ।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ ହୋଇଛି । ହେଲେ ଏଥିରେ ୭ ଜଣ ପ୍ରାର୍ଥୀଙ୍କ ସ୍ୱପ୍ନ ନିର୍ବାଚନ ଲଢିବା ପୂର୍ବରୁ ମଉଳି ଯାଇଛି । ବକ୍ସର ନିର୍ବାଚନ ମଣ୍ଡଳୀର ପ୍ରାର୍ଥିପତ୍ର ଯାଞ୍ଚ ସମୟରେ ୭ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ରଦ୍ଦ ହୋଇଯାଇଛି । ଏହାପରେ ଏହି ଆସନରେ କେବଳ ୧୬ ପ୍ରାର୍ଥୀ ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି । ରଦ୍ଦ ହୋଇଥିବା ପ୍ରାର୍ଥିପତ୍ର ମଧ୍ୟରେ ନ୍ୟାଶନାଲ ଡେମୋକ୍ରାଟିକ ଏଲାଏନ୍ସ(ଏନ୍‌ଡି)ର ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀ ପର୍ଶୁରାମ ଚତୁର୍ବେଦୀ ଓ ଭାରତୀୟ ଜାତୀୟ କଂଗ୍ରେସର ସଞ୍ଜୟ କୁମାର ତିୱାରୀ ଥିବା ଜଣାପଡିଛି ।

Share