Posted inଜାତୀୟ

କେଜରିଓ୍ବାଲଙ୍କ ବଡ଼ ବୟାନ, ଦେବି ନାହିଁ ଇସ୍ତଫା ଜେଲ୍‌ରୁ ଚଳାଇବି ସରକାର!

ନୂଆଦିଳ୍ଲୀ,୨୩।୫: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲ ଜୁନ ୨ରେ ଆତ୍ମସମର୍ପଣ କରିବେ। ଲୋକ ସଭା ନିର୍ବାଚନ ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟ ତାଙ୍କୁ ମେ ୧୦ ରେ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଏହାକୁ ନେଇ କେଜରିଓ୍ବାଲ କହିଛନ୍ତି କି, ଜେଲରୁ ସରକାର ଚଳାଇବାକୁ କୋର୍ଟଙ୍କ ଅନୁମତି ମାଗିବି। ଯଦି ମୁଁ ଇସ୍ତଫା ଦିଏ, ତେବେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପାଇଁ ଭାଜପା ସରକାରଙ୍କୁ ମଉକା ମିଳିଯିବ। ଗଣତନ୍ତ୍ର ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ହେବ।

କହିରଖୁଛୁ କି, ମାର୍ଚ୍ଚ ୨୧ରେ ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଇଡି (ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ) ଗିରଫ କରିଥିଲା। ସେବେଠାରୁ ଭାଜପା ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି କରିଆସୁଛି। ଏହି କ୍ରମରେ ସେ କହିଛନ୍ତି, ଆମ ଦଳ ୨୦୧୫ ବିଧାନସଭା ନିର୍ବାଚନରେ ୬୭ ଟି ଏବଂ ୨୦୨୦ ନିର୍ବାଚନରେ ୬୨ ଟି ସିଟ ପାଇଛି। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଦେଖିଲେ ଯେ, ମୋତେ ଦିଲ୍ଲୀରେ ପରାସ୍ତ କରିପାରିବେ ନାହିଁ, ସେତେବେଳେ ସେ ମୋତେ ଗିରଫ କରିବାକୁ ଷଡଯନ୍ତ୍ର କରିଥିଲେ। ସେମାନେ ମୋତେ ଗିରଫ କଲେ ଯାହାଦ୍ୱାରା ମୁଁ ଇସ୍ତଫା ଦେଇଦେବି। କିନ୍ତୁ, ମୁଁ ସେମାନଙ୍କ ଷଡଯନ୍ତ୍ରକୁ ସଫଳ ହେବାକୁ ଦେବି ନାହିଁ । ଏକ୍ସାଇଜ ପଲିସି ସହିତ ଜଡିତ ମାମଲା ନକଲି ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେହି ରୁତା ଆହାଦ, ଯିଏ କଲାମଙ୍କୁ ଓସାମା ବିନ ଲାଦେନଙ୍କ ସହ କଲେ ତୁଳନା, ବଢୁଛି ଉତ୍ତେଜନା

ମୁମ୍ବାଇ,୨୭।୯: ରୁତା ଆହାଦ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ସେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପିଲାମାନେ...

ଖୋଲା ଜିପ୍‌ରେ ବସି ରିଲ୍ସ କଲେ ଉପମୁଖ୍ୟମନ୍ତ୍ରୀଙ୍କ ପୁଅ: ଭାଙ୍ଗିଲେ ଟ୍ରାଫିକ୍‌ ନିୟମ, ପୋଲିସ ଦେଲା ସହାୟତା

ଜୟପୁର,୨୭।୯: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବୈରୱାଙ୍କ ପୁଅଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି କାରଣରୁ ତାଙ୍କ ପୁଅ ଟ୍ରାଫିକ ନିୟମ...

ରାହୁଲଙ୍କୁ ଡେଟ୍‌ କରିବାକୁ ଚାହାନ୍ତି କରୀନା କପୁର, ହେଲେ କଂଗ୍ରେସ ଏମପିଙ୍କୁ ନେଇ ଏ କ’ଣ କହିଦେଲେ ସୈଫ, ସମସ୍ତେ ତାଜୁବ

ନୂଆଦିଲ୍ଲୀ,୨୭।୯: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଏକ ଜାତୀୟ ଗଣମାଧ୍ୟମ କନକ୍ଲେଭରେ ଯୋଗଦେଇ ବଡ଼ ବୟାନ ଦେଇଛନ୍ତି। ଯେତେବେଳେ ଏହି କାର୍ଯ୍ୟକ୍ରମରେ ତାଙ୍କୁ ପଚରାଯାଇଥିଲା...

ସୁନୀଲ ଜାଖରଙ୍କ ଇସ୍ତଫା ଖବର ମିଛ, ଭାଜପା କହିଲା ବିରୋଧି କରୁଛନ୍ତି ମିଛ ଖବର ପ୍ରଚାର

ଚଣ୍ଡିଗଡ଼,୨୭।୯: ଭାରତୀୟ ଜନତା ପାର୍ଟି ପଞ୍ଜାବ ଭାଜପା ରାଜ୍ୟ ସଭାପତି ସୁନୀଲ ଜାଖରଙ୍କ ଇସ୍ତଫା ଖବରକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛି। ଭାଜପା ନେତା...

ପ୍ରଶାନ୍ତ କିଶୋରଙ୍କ ଦାବିକୁ ନେଇ ଦୋହଲିଗଲା ବିହାର ରାଜନୀତି, ଜେଡିୟୁ, ଆରଜେଡିକୁ…

ପାଟନା,୨୭।୯: ଜନ ସୁରାଜ ଅଭିଯାନଙ୍କ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପି.କେ) ଅକ୍ଟୋବର ୨ରେ ସଂଗଠନର ଦଳ ଗଠନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ...

ଏତେ ଅହଂକାର ଠିକ୍‌ ନୁହେଁ, କେଜ୍‌ରିଓ୍ବାଲ୍‌ଙ୍କୁ କାହିଁକି ଏମିତି କହିଲେ ସ୍ବାତୀ ମାଲିଓ୍ବାଲ୍‌

ନୂଆଦିଲ୍ଲୀ,୨୭।୯: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ସ୍ବାତୀ ମାଲିଓ୍ବାଲ୍‌ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଟାର୍ଗେଟ୍‌ କରିଛନ୍ତି। କେଜ୍‌ରିୱାଲ ବିଧାନସଭାରେ ବୈଭବ...

ଓମାର ଅବଦୁଲ୍ଲାଙ୍କୁ ଶାହାଙ୍କ କଡା ବାର୍ତ୍ତା

ନୂଆଦିଲ୍ଲୀ,୨୭।୯: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ଅମିତ ଶାହା ଶୁକ୍ରବାର ଜାସରୋଟା, ଜମ୍ମୁ କଶ୍ମୀରରେ ଏକ ସାଧାରଣ ସଭାରେ...

‘ଏମର୍ଜେନ୍ସି’ରେ କଇଁଚି ଲଗାଇବ ସେନ୍ସର ବୋର୍ଡ

ମୁମ୍ବାଇ, ୨୭।୯:ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ତଥା କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ‘ଏମର୍ଜେନ୍ସି’ ଫିଲ୍ମର ରିଲିଜ୍‌ ତାରିଖ ବିଳମ୍ବିତ ହୋଇପାରେ। ଗୁରୁବାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri