Categories: ବାଣିଜ୍ୟ

ଟାଟା ଷ୍ଟିଲ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୦ା୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌ ନିକଟରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଉଲ୍ଲେଖଯୋଗ୍ୟ, ପ୍ରଥମ ଭାରତୀୟ ଇସ୍ପାତ କମ୍ପାନୀ ଭାବେ ଟାଟା ଷ୍ଟିଲ୍‌ ବି୨୪ ବାୟୋଫୁଏଲ୍‌ ସହ ଭିଏଲ୍‌ଏସ୍‌ଏଫ୍‌ଓ ମିଶ୍ରଣର ଶକ୍ତିକୁ ବ୍ୟବହାରକରି ଅଷ୍ଟ୍ରେଲିଆର ପୂର୍ବ ଉପକୂଳରୁ ଭାରତକୁ କଞ୍ଚାମାଲ ପରିବହନ କରାଇଛି।

ଏପରିକି ଏହି ପରିବହନ ଭାରତର ଦୀର୍ଘସ୍ଥାୟୀ ଜାହାଜ ପରିବହନ କ୍ଷେତ୍ରରେ ନୂତନ ମାନଦଣ୍ଡ ନିର୍ଦ୍ଧାରଣ କରିଛି ଏବଂ ଦେଶର ସାମୁଦ୍ରିକ କ୍ଷେତ୍ରରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିଛି। ସେହିଭଳି ୨୦୨୪ ଏପ୍ରିଲ ୧୭ରେ ‘ଏମ୍‌ଭି କେପ୍‌ ଏକ୍ସଏଲ୍‌’ ବିଶାଳ ଜାହାଜ କୋଇଲା ବୋଝେଇକରି ଗ୍ଲାଡ୍‌ଷ୍ଟୋନ ବନ୍ଦରରୁ ବାହାରିଥିଲାବେଳେ ୨୦୨୪ ମେ’ ୮ରେ ଏହା ସଫଳତାର ସହ କଳିଙ୍ଗ ଇଣ୍ଟରନ୍ୟାଶନାଲ କୋଲ୍‌ ଟର୍ମିନାଲ୍‌ ପାରାଦୀପ ପ୍ରାଇଭେଟ୍‌ ଲିମିଟେଡ୍‌ (କେଆଇସିଟିପିପିଏଲ୍‌) ବନ୍ଦରଠାରେ ପହଞ୍ଚତ୍ଥିଲା ଏବଂ ସେଥିରୁ ୧,୪୮,୫୦୦ ଟନ୍‌ କୋଇଲା ନିଷ୍କାସନ କରାଯାଇଥିଲା।

Share