ସକ୍ରିୟ ମାମଲା-ଦୈନିକ ସଂକ୍ରମଣ ତଳ ମୁହାଁ…

ନୂଆଦିଲ୍ଲୀ, ୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫୬ ହଜାର ତଳେ ରହିଛି। କେରଳ, ମହାରାଷ୍ଟ୍ର ଆଦି ୨ ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଛି। ଏସବୁ ରାଜ୍ୟରେ ଦୈନିକ ସଂକ୍ରମଣ ୧ ହଜାର ଉପରେ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।

ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୭ ହଜାର ତଳେ ରହିଛି। ଏହା ୬,୮୦୪ ରହିଛି। ଗୋଟିଏ ଦିନ ତଳେ ଏହା ୭,୨୧୧ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୧ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨୫ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୫୫ ହଜାର ୧୧୪ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୫୬ ହଜାର ୭୪୫ ଥିଲା। ସେହିପରି ୨୪ ଘଣ୍ଟାରେ ୮ ହଜାର ୪୧୪ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୯ ହଜାର ୬୫୧ ଥିଲା। ଇତିମଧ୍ୟରେଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୭ ହଜାର ୯୯୧ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୪ ଲକ୍ଷ ୫୬ ହଜାର ୫୩୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୮ ଲକ୍ଷ ୭୩ ହଜାର ୪୩୦ ଜଣ ସୁସ୍ଥ ହୋଇ ସାରିଛନ୍ତି।

Share