ନୂଆଦିଲ୍ଲୀ,୨୮।୪: ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ବିଶ୍ୱର ୪ର୍ଥ ଧନୀ ବ୍ୟକ୍ତିର ମାନ୍ୟତା ଲାଭ କରିଛନ୍ତି। ବର୍ତ୍ତମାନ ତାଙ୍କ ସମ୍ପତ୍ତି ଆମେରିକାର ବିଲ୍ ଗେଟ୍ସଙ୍କ ସମ୍ପତ୍ତି ସହ ସମାନ ହୋଇଯାଇଛି। ବ୍ଲୁମ୍ବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁସାରେ ଆଦାନୀ ଏବଂ ଗେଟ୍ସ ଉଭୟଙ୍କ ସମ୍ପତ୍ତି ୧୨୫ ବିଲିୟନ ଡଲାରରେ ପହଞ୍ଚିଛି। ଆଦାନୀଙ୍କ ପୂର୍ବରୁ ତାଲିକାରେ ୧ମ ସ୍ଥାନରେ ଏଲନ ମସ୍କ, ୨ୟ ଏବଂ ୩ୟ ସ୍ଥାନରେ ଯଥାକ୍ରମେ ଜେଫ୍ ବେଜୋସ୍ ଏବଂ ବର୍ନାର୍ଜ ଆର୍ନଲ୍ଟ ରହିଛନ୍ତି। ଆଦାନୀଙ୍କ ସମ୍ପତ୍ତି ୨୦୨୧ ଶେଷ ସୁଦ୍ଧା ୭୬.୭ ବିଲିୟନ ଡଲାର ଥିବା ବେଳେ ଚଳିତ ବର୍ଷ ମାତ୍ର ୪ମାସ ମଧ୍ୟରେ ୪୮.୩ ବିଲିୟନ ଡଲାର ବୃଦ୍ଧି ପାଇଛି।