ମାଲକାନଗିରି,୧୪।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୂତି ପ୍ରସାଦ ପଣ୍ଡା ଜଣେ ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ମଙ୍ଗଳବାର ଗିରଫ ହୋଇଛନ୍ତି।
ପ୍ରକାଶଯେ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ସାମାଜିକ ବିଜ୍ଞାନ ଶିକ୍ଷକ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଣ୍ଡା ୫ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଜାତୀୟ କ୍ରୀଡା ଉତ୍ସବରେ ଯୋଗଦେବା ଲାଗି ଭୁବନେଶ୍ୱର ଯାଇଥିଲେ ା ସେଠାରୁ ଟ୍ରେନ୍ରେ ଫେରିବା ବେଳେ ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଯାହାର ଫଟୋ ଭାଇରାଲ ହେବା ପରେ ଗଁା ଲୋକେ ବିଦ୍ୟାଳୟରେ ପହଞ୍ଚି ସମ୍ପୃକ୍ତ ଶିକ୍ଷକଙ୍କୁ ନିସ୍ତୁକ ମାଡ ମାରିଥିଲେ। ପରେ ସେଠାରେ ମାଲକାନଗିରି ପୋଲିସ ପହଞ୍ଚିି ଲୋକଙ୍କୁ ବୁଝାଶୁଝା କରୁଥିବା ସମୟରେ ସମ୍ପୃକ୍ତ ଶିକ୍ଷକ ସେଠାରୁ ଫେରାର ହୋଇ ଯାଇଥିଲେ। ସେଠାରୁ ସେ ବୌଦ୍ଧ ଜିଲାରେ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିବା ଖବର ପାଇ ମାଲକାନଗିରି ପୋଲିସ ସେଠାରୁ ଗିରଫ କରି ଥାନାକୁ ଆଣିବା ପରେ ତାଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ଏ ନେଇ ମାଲକାନଗିରି ଥାନାରେ ନଂ ୧୨୩/୨୪ରେ ମାମଲା ରୁଜୁ କରାଯାଇଛି।