ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଦେଶର ପ୍ରମୁଖ ସରକାରୀ ପ୍ରତିଷ୍ଠାନ ତଥା ଫାର୍ମାସ୍ୟୁଟିକାଲ୍ସ ଆଣ୍ଡ ମେଡିକାଲ ଡିଭାଇସ ବ୍ୟୁରୋ ଅଫ୍ ଇଣ୍ଡିଆ ବା ପିଏମ୍ବିଆଇ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ (ସିଆଇଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତା ଓ ସହାୟତାରେ ଗୁଣାତ୍ମକ ମାନ ଜେନେରିକ ମେଡିସନ ପ୍ରସ୍ତୁତ ସହିତ ମାନବ ସମ୍ବଳ ଓ ଜନଔଷଧି କେନ୍ଦ୍ର ଖୋଲାଯିବ ବୋଲି ଉଭୟଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ବାକ୍ଷର ହୋଇଯାଇଛି। ଅପରପକ୍ଷରେ ପିଏମ୍ବିଆଇର ମୁଖ୍ୟାଳୟ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଚୁକ୍ତି ସ୍ବାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେଇ ପିଏମବିଆଇର ସିଇଓ ରବି ଦଧିଚି ଏମଓୟୁ ସ୍ବାକ୍ଷର କରିଥିଲେ। ଏହି ଅବସରରେ ଉଭୟ ସିଆଇଏଲ ଓ ପିଏମବିଆଇର ବରିଷ୍ଠ ଅଧିକାରୀମାନ ଉପସ୍ଥିତ ଥିଲେ।