Categories: ଜାତୀୟ

କୃଷି ଆଇନ: କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌ ଜାରି, ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୨।୧୦: କୃଷି ଆଇନ ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ସୋମବାର କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରାଯାଇଛି। ଏହି ଆଇନର ବିରୋଧରେ ଦାଖଲ କରାଯାଇଥିବା ଆବେଦନର ବିଚାର କରି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ୩ ଟି କୃଷି ଆଇନ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା। ଏହାର ବିଚାର କରୁଥିବା ଖଣ୍ଡପୀଠରେ ପ୍ରଧାନ ବିଚାରପତି ବୋବ୍‌ଡେଙ୍କ ସମେତ ବିଚାରପତି ଏ.ଏସ୍‌. ବୋପନ୍ନା ଏବଂ ବି. ରାମାସୁବ୍ରମଣ୍ୟମ୍‌ ମଧ୍ୟ ସାମିଲ ଅଛନ୍ତି। ସୂଚନାଯୋଗ୍ୟ, ସଂସଦର ଉଭୟ ଗୃହରେ କୃଷି ବିଲ୍‌ ଗୁଡ଼ିକୁ ମଞ୍ଜୁରୀ ମିଳିବା ପରେ ଏସବୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ବୀକୃତି ଲାଭ କରିଥିଲା। ସେପ୍ଟେମ୍ବର ୨୭ଠାରୁ ଏଗୁଡ଼ିକ ଆଇନରେ ପରିଣତ ହୋଇଥିଲା।

 

Share