Posted inଜାତୀୟ

ରକ୍ତପ୍ରବାହରେ ବାୟୁ ପ୍ରଦୂଷଣ ବାଧକ

ନୂଆଦିଲ୍ଲୀ,୧୪ା୧୨(ପି.ଟି.): ଦୀର୍ଘଦିନ ବାୟୁ ପ୍ରଦୂଷଣ ସମସ୍ୟା ଲାଗିରହିଲେ, ଶରୀରର ଆଭ୍ୟନ୍ତରୀଣ ଶିରାପ୍ରଶିରାରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ୩୯ ବଢ଼ି ୧୦୦ ପ୍ରତିଶତ ଉପରକୁ ଯାଇପାରେ ବୋଲି ଆମେରିକାରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି। ୧୭ ବର୍ଷ ଧରି ୬,୬୫୦ ଜଣ ପ୍ରାପ୍ତବୟସ୍କଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ଗଭୀର ଶିରାପ୍ରଶିରାରେ ରକ୍ତ ଜମାଟ ବାନ୍ଧିବା ସ୍ଥିତି ସାମୂହିକ ଭାବେ ‘ଭେନସ୍‌ ଥ୍ରୋମ୍ବୋଏମ୍ବୋଲିଜମ୍‌’ ଭାବେ ଜଣାଶୁଣା। ଏହାର ଚିକିତ୍ସା କରା ନ ଗଲେ ରକ୍ତ ପ୍ରବାହ ଅବରୋଧ କରି ଗମ୍ଭୀର ଜଟିଳତା ସୃଷ୍ଟି କରିପାରେ। ଭେନସ୍‌ ଥ୍ରୋମ୍ବୋଏମ୍ବୋଲିଜ୍‌ ଏବଂ ବାୟୁ ପ୍ରଦୂଷଣରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ତଥ୍ୟକୁ ମିନେସୋଟା ୟୁନିଭର୍ସିଟିର ଗବେଷକଙ୍କ ସମେତ ଅନ୍ୟମାନେ ବିଶ୍ଳେଷଣ କରିଥିଲେ। ନ୍ୟୁୟର୍କ, ଶିକାଗୋ, ଲସ୍‌ ଆଞ୍ଜେଲସ୍‌ ସମେତ ୬ଟି ବୃହତ୍‌ ମେଟ୍ରୋପଲିଟାନ୍‌ ଅଞ୍ଚଳରୁ ପ୍ରାପ୍ତବୟସ୍କମାନଙ୍କୁ ଏହି ଅଧ୍ୟୟନରେ ସାମିଲ କରାଯାଇଥିଲା। ପିଏମ୍‌ ୨.୫ ଏବଂ ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ଗୁଡ଼ିକ ସଂସ୍ପର୍ଶରେ ଆସିଥିବା ଏହି ଲୋକମାନଙ୍କ ମଧ୍ୟରୁ ୩.୭ ପ୍ରତିଶତଙ୍କ ଗଭୀର ଶିରା ପ୍ରଶିରାରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ୩୯ ପ୍ରତିଶତ ବଢ଼ି ୧୦୦ ପ୍ରତିଶତରୁ ଅଧିକ ହେବା ସମ୍ଭାବନା ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶରେ ମନୁ ସ୍ମୃତି ପ୍ରଯୁଜ୍ୟ, ସମ୍ବିଧାନ ନୁହେଁ, କାହିଁକି ଏମିତି କହି ରାଗିଲେ ରାହୁଲ

ନୂଆଦିଲ୍ଲୀ,୧୪ା୧୨: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶନିବାର ଗୃହରେ ସମ୍ବିଧାନ ଉପରେ ଆଲୋଚନାରେ ଭାଗ ନେଇଥିଲେ। ଏହି ସମୟରେ ରାହୁଲ କେନ୍ଦ୍ର...

କୃଷକଙ୍କୁ ଆର୍‌ବିଆଇର ବଡ଼ ଉପହାର

ନୂଆଦିଲ୍ଳୀ,୧୪।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କୃଷକମାନଙ୍କ ପାଇଁ ବନ୍ଧକମୁକ୍ତ ଋଣ ସୀମାକୁ ୧.୬ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ଏହି ନିଷ୍ପତ୍ତି...

ବିଶ୍ୱ ଚେସ୍‌ ଚାମ୍ପିୟନ୍‌ ଡି ଗୁକେଶଙ୍କ ଉପରେ ଟଙ୍କାବର୍ଷା, ବିଜୟ ପରେ ପାଇଲେ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରୀଡ଼ା ଇତିହାସରେ ଯୋଡି ହୋଇଛି ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ସିଙ୍ଗାପୁରରେ ଚାଲିଥିବା ୨୦୨୪ ବିଶ୍ୱ ଚେସ ଚାମ୍ପିୟନସିପରେ ବିଜୟୀ ହୋଇଛନ୍ତି ଭାରତର...

ବଡ଼ ଗେମ୍‌ ଖେଳିଲେ ୟୁନୁସ ସରକାର, ବଢିଲା ଭାରତର ଟେନସନ

ନୂଆଦିଲ୍ଲୀ,୧୪।୧୨: ବାଂଲାଦେଶର ୟୁନୁସ ସରକାରଙ୍କ ନୂତନ ନିଷ୍ପତ୍ତି ଭାରତର ଟେନସନକୁ ବଢାଇ ଦେଇଛି। ପାକିସ୍ତାନୀ ନାଗରିକଙ୍କ ପାଇଁ ବାଂଲାଦେଶ ଭିସା ପ୍ରତିବନ୍ଧକକୁ ଆରାମ ଦେଇଛି। ପାକିସ୍ତାନୀ...

ବିଗିଡିଲା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା: ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୪।୧୨:ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହି କାରଣରୁ ତାଙ୍କୁ ଆଜି ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା...

ଜେଲ୍‌ରୁ ମୁକୁଳିବା ପରେ ଏମିତି କହିଦେଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ୍‌,୧୪।୧୨: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହେବାର ଗୋଟିଏ ଦିନ ପରେ ଜାମିନ ପାଇ ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ଜେଲରୁ ବାହାରିବା ପରେ ଅଲ୍ଲୁ...

ରାଜ୍ୟ ସଭାରେ ମହାଭିଯୋଗ ନୋଟିସ ଆଣିଲେ ବିରୋଧୀ

ନୂଆଦିଲ୍ଲୀ,୧୪ା୧୨: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି)ର ଏକ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଆଲ୍ଲାହାବାଦ ହାଇକୋର୍ଟର ବିଚାରପତି ଶେଖର କୁମାର ଯାଦବଙ୍କ ବିରୋଧରେ ରାଜ୍ୟ ସଭାରେ...

ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ

ନୂଆଦିଲ୍ଲୀ,୧୪।୧୨: ଥିଏଟରରେ ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଜେଲରୁ ମୁକ୍ତ କରାଯାଇଛି। ଗତକାଲି ଏହି ଅଭିନେତାଙ୍କୁ ପୋଲିସ ଗିରଫ କରିଥିଲା ଏବଂ ପରେ ତାଙ୍କୁ ୧୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri