Categories: ବାଣିଜ୍ୟ

ଜିପ୍‌ ଇଣ୍ଡିଆର ଅଲ୍‌ ନ୍ୟୁ ବ୍ରାଣ୍ଡ୍‌ କ୍ୟାମ୍ପେନିଂ

ନୂଆଦିଲ୍ଲୀ,୧୬।୭: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଅନ୍ତଃରାଷ୍ଟ୍ରୀୟ ବ୍ରାଣ୍ଡ୍‌ ‘ଜିପ’ର ବହୁ ପ୍ରତୀକ୍ଷିତ ତଥା ଅଲ୍‌ ନ୍ୟୁ ବ୍ରାଣ୍ଡ୍‌ କ୍ୟାମ୍ପେନିଂର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ପ୍ରିମିୟମ ମଡେଲ ‘ଅଲ୍‌ ନ୍ୟୁ ୨୦୨୪ ଓ୍ବାରଙ୍ଗଲର ଟିଭି କମର୍ସିଆଲ (ଟିଭିସି)ର ଉନ୍ମୋଚନ କରାଯାଇଛି। ଏହି ନୂତନ ଟିଭିସିକୁ ବ୍ରାଣ୍ଡ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ତଥା ବଲିଉଡ ଅଭିନେତା ହ୍ରିତିିକ ରୋଶନ ପ୍ରଚାର ଓ ପ୍ରସାର କରୁଥିବା ବେଳେ ଏହି ମଡେଲର ବିଶେଷତ୍ୱ ସମ୍ପର୍କରେ ମଧ୍ୟ ସେ ଆଶାୟୀ ଗ୍ରାହକଙ୍କୁ ବିସ୍ତୃତ ଭାବେ ଅବଗତ କରାଉଛନ୍ତି।
ଉଲ୍ଲେଖଯୋଗ୍ୟ, ଜିପି ଇଣ୍ଡିଆର ‘ଅଲ୍‌ ନ୍ୟୁ ୨୦୨୪ ଓ୍ବାରଙ୍ଗଲର’ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ମଡେଲରେ ସମସ୍ତ ପ୍ରକାରର ସୁରକ୍ଷା ସୁବିଧା ସହ ଆକର୍ଷଣୀୟ ଡିଜାଇନ ଓ ଫିଚର ସାମିଲ ରହିଛି।

Share