କିଭ୍,୨ା୬: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ଏବଂ ଜର୍ମାନୀ ୟୁକ୍ରେନକୁ କିଛି ଉନ୍ନତଧରଣର ଅସ୍ତ୍ରଶସ୍ତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି।ଏହା ଦ୍ୱାରା ୟୁକ୍ରେନ୍ ଆହୁରି ଶକ୍ତିଶାଳୀ ହେବ। ଜର୍ମାନୀ ଏବଂ ଆମେରିକା ଯୋଗାଣ କରିବାକୁ ଥିବା ଅସ୍ତ୍ରଶସ୍ତ୍ର ବିମାନକୁ ଗୁଳି କରି ଖସାଇ ପାରିବ। ଏଥିସହିତ ଆର୍ଟିଲିରି ଧ୍ୱଂସ କରିବାର କ୍ଷମତା ବି ରହିଛି। ଜର୍ମାନୀ ବୁଧବାର ୟୁକ୍ରେନକୁ ଅତ୍ୟାଧୁନିକ ଆଣ୍ଟି-ମିସାଇଲ ଏବଂ ରାଡାର ସିଷ୍ଟମ ଯୋଗାଇ ଦେବ ବୋଲି ଘୋଷଣା କରିଛି।
ଅନ୍ୟପକ୍ଷରେ ଆମେରିକା ୟୁରୋପରେ ବ୍ୟାପକ ଯୁଦ୍ଧ ଆରମ୍ଭ ନ କରି ୟୁକ୍ରେନକୁ ରୁଷିଆର ସୈନ୍ୟ ସହିତ ଲଢ଼ିବାରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛି ରୁଷିଆ। ଏଥି ସହିତ ଆମେରିକା ନିଆଁରେ ଘିଅ ଢାଳୁଥିବା ଅଭିଯୋଗ କରିଛି ରୁଷିଆ।