Categories: ଜାତୀୟ

ବର୍ଷକରେ ନିର୍ମାଣ ହେବ ୧୪ ଶହ ମନ୍ଦିର

ଅମରାବତୀ,୩।୧୨: ଆନ୍ଧ୍ରପ୍ରଦେଶରେ ୧,୪୦୦ ନୂଆ ମନ୍ଦିର ନିର୍ମାଣ ହେବ। ଗ୍ରାମାଞ୍ଚଳରେ ମୁଖ୍ୟତଃ ଏହି ମନ୍ଦିର ନିର୍ମାଣ କରିବା ନେଇ ପ୍ରସ୍ତାବ ରହିଛି। ଏନେଇ ତିରୁମାଲା ତିରୁପତି ଦେବସ୍ଥାନମ୍‌(ଟିଟିଡି) ଆର୍ଥତ୍କ ସହାୟତା ଯୋଗାଇଦେବ। ରାଜ୍ୟ ସରକାର ଧର୍ମୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଆର୍‌ଏସ୍‌ଏସ୍‌ର ସ୍ବୀକୃତିପ୍ରାପ୍ତ ସମରସଥା ସେବା ଫାଉଣ୍ଡେଶନ(ଏସ୍‌ଏସ୍‌ଏଫ୍‌) ସହ ଏକାଠି ଏହି କାର୍ଯ୍ୟ କରିବେ।

ସରକାର ୧,୦୬୦ ମନ୍ଦିର ନିର୍ମାଣ କରିବାକୁ ଥିବା ବେଳେ ହିନ୍ଦୁ ଧର୍ମୀୟ ଏନ୍‌ଜିଓ, ସମରସଥା ସେବା ଫାଉଣ୍ଡେଶନ ୩୩୦ଟି ମନ୍ଦିର ନିର୍ମାଣ କରିବେ। ବର୍ଷକ ମଧ୍ୟରେ ସମସ୍ତ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତି ମନ୍ଦିର ପାଇଁ ପାଖାପାଖି ୧୦ ଲକ୍ଷ ଟଙ୍କା ବ୍ୟୟ ବଜେଟ ରହିଛି।

Share