ହାଇଦ୍ରାବାଦ୍,୩।୧: ଆନ୍ଧ୍ରପ୍ରଦେଶରେ ଏଣିକି ରାସ୍ତାରେ ଆଉ ସାଧାରଣ ସଭା ଓ ରାଲି ଅନୁଷ୍ଠିତ ହେବ ନାହିଁ। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଗତ ସପ୍ତାହରେ ମୁଖ୍ୟ ବିରୋଧୀ ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ଏକ ରାଲିରେ ଦଳାଚକଟା ଘଟଣା ଘଟିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ଗତ ସପ୍ତାହରେ କାଣ୍ଡକୁରୁରେ ଆୟୋଜିତ ଏକ ରାଲିରେ ଦଳଚକଟା ଯୋଗୁ ୮ ଜଣ ପ୍ରାଣ ହରାଇଥିଲେ। ଏହାପରେ ଆଉ ଏକ ରାଲିରେ ମଧ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ସରକାର ତାଙ୍କ ଆଦେଶରେ କହିଛନ୍ତି, ଜାତୀୟ ରାଜପଥ ସମେତ ବିଭିନ୍ନ ସଡ଼କ ଉପରେ କୌଣସି ସାଧାରଣ ସଭା ଆୟୋଜନ କରିବାର ଅଧିକାର ପୋଲିସ ଅଧିନିୟମ, ୧୮୬୧ର ଧାରା ୩୦ ଅନୁଯାୟୀ ଅନୁଯାୟୀ ଅଟେ। ତେଣୁ ଆନ୍ଧ୍ରପ୍ରଦେଶ ସରକାର ଜାତୀୟ ରାଜପଥ ସମେତ ସଡ଼କ ଉପରେ ସାଧାରଣ ସଭା ଏବଂ ରାଲି ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।