ଭୋପାଳ,୧୨।୯: ଦ୍ୱାରକା ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଉତ୍ତରାଧିକାରୀଙ୍କ ନାଁ ସୋମବାର ଘୋଷଣା କରାଯାଇଛି। ଜ୍ୟୋତିଷ ପୀଠର ନୂତନ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଏବଂ ଶାରଦା ପୀଠର ନୂତନ ଶଙ୍କରାଚାର୍ଯ୍ୟ ସ୍ବାମୀ ସଦାନନ୍ଦ ସରସ୍ବତୀ ହେବେ। ଶଙ୍କରାଚାର୍ଯ୍ୟଙ୍କ ବ୍ୟକ୍ତିଗତ ସଚିବ ସୁବୋଧନନ୍ଦ ମହାରାଜ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ଏହି ଘୋଷଣା ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ପାର୍ଥିବ ଶରୀର ନିକଟରେ କରାଯାଇଥିଲା।
ସୂଚନାଯୋଗ୍ୟ, ରବିବାର ଅପରାହ୍ନରେ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପନନ୍ଦ ସରସ୍ବତୀଙ୍କ ୯୯ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ସୋମବାର ମଧ୍ୟପ୍ରଦେଶର ନରସିଂହପୁରର ପରମହଂସୀ ଗଙ୍ଗା ଆଶ୍ରମରେ ତାଙ୍କୁ ସମାଧି ଦିଆଯିବ।