Categories: ଜାତୀୟ

ମହାରାଷ୍ଟ୍ରରେ ଭୁଶୁଡି ପଡିଲା ୫ ମହଲା କୋଠା: ୭୦ ଜଣ ଲୋକ ଫଶି ରହିଥିବା ଆଶଙ୍କା

ମୁମ୍ବାଇ,୨୪।୮-ମହାରାଷ୍ଟ୍ରର ରାୟଗଡ ଜିଲା ମାହାଦ ତହସିଲ କାଜଲପୁରା ଅଞ୍ଚଳରେ ଥିବା ଏକ ୫ ମହଲା ବିଲ୍ଡିଂ ସୋମବାର ସାରେ ଭୁଶୁଡି ପଡିଛି। ବିଲଡିଂ ଭୁଶୁଡି ପଡିବା ପରେ ଏହା ତଳେ ପ୍ରାୟ ୭୦ ଜଣ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ୧୫ ଜଣ ଆହାତ ହୋଇଥିବା ସୂଚନା ମିଳିଛି। ଖବରପାଇ ଏନଡିଆରଏଫର ୩ଟି ଟିମ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଖବରଲେଖା ଲେଖାହେବା ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ।

Share