Posted inଜାତୀୟ

ଗିରଫ ଭୟରେ ଆଗୁଆ ହାଇକୋର୍ଟ ପହଞ୍ଚିଲେ ଅତୁଲଙ୍କ ସ୍ତ୍ରୀ

ବେଙ୍ଗାଲୁରୁ,୧୪।୧୨: ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ସ୍ତ୍ରୀ ନିକିତା ସିଙ୍ଗାଣିଆ ଏବଂ ତାଙ୍କ ଶ୍ୱଶୁରଘର ସଦସ୍ୟମାନେ ଆହ୍ଲାବାଦ ହାଇକୋର୍ଟରେ ଏକ ଜାମିନ ଆବେଦନ କରିଛନ୍ତି। କୁହାଯାଉଛି ଯେ ଗିରଫକୁ ଏଡାଇବା ପାଇଁ ନିକିତା ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି।
ଶୁକ୍ରବାର ଦାଖଲ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ମଙ୍ଗଳବାର କିମ୍ବା ବୁଧବାର ଶୁଣାଣି ହେବାର ସମ୍ଭାବନା ରହିଛି। ଜାମିନ ଆବେଦନ ଅତୁଲ ସୁଭାଷଙ୍କ ସ୍ତ୍ରୀ ନିକିତା ସିଙ୍ଗାଣିଆଙ୍କ ସହ ଶାଶୁ ନିଶା ସିଙ୍ଗାଣିଆ, ଭାଉଜ ଅନୁରାଗ ସିଙ୍ଗାଣିଆ ଏବଂ ସୁଶୀଲ ସିଙ୍ଗାଣିଆଙ୍କ ଦାଖଲ କରିଛନ୍ତି।
ନିକିତାଙ୍କ ଆବେଦନ ଶୀଘ୍ର ଶୁଣାଣି ହୋଇପାରେ
ଜରୁରୀ ଭିତ୍ତିରେ ଏହି ମାମଲାର ଶୁଣାଣି କରିବାକୁ ନିକିତାଙ୍କ ପରିବାର ସୋମବାର ଏହି ମାମଲା ଉଲ୍ଲେଖ କରିବାକୁ ପ୍ରସ୍ତୁତ ହେଉଛନ୍ତି। କୋର୍ଟରେ ଏହି ମାମଲା ଦାଖଲ କରିବା ପରେ ସେହି ଦିନ କିମ୍ବା ଯଥାଶୀଘ୍ର ଶୁଣାଣି ପାଇଁ ଜାମିନ ଆବେଦନ କରାଯିବ।
ଏହା ମଧ୍ୟ ଅନୁମାନ କରାଯାଉଛି ଯେ ସିଙ୍ଗାଣିଆ ପରିବାରର ଜାମିନ ଆବେଦନକୁ ଆତ୍ମହତ୍ୟା କରିଥିବା ଅତୁଲ ସୁଭାଷଙ୍କ ପରିବାର ବିରୋଧ କରିପାରେ। ତେବେ ସା ପର୍ଯ୍ୟନ୍ତ ଅତୁଲ ସୁଭାଷଙ୍କ ପରିବାର ପକ୍ଷରୁ ଦାଖଲ ହୋଇଥିବା ନିଶେଧପତ୍ର ବିଷୟରେ କୌଣସି ସୂଚନା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ୍ମାନ ଭାରତ ଯୋଜନାରେ ୩ ଲକ୍ଷ ୪୨ ହଜାରରୁ ଅଧିକ ଠକେଇ ମାମାଲା, ୫୬ ହଜାର ନକଲି ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୧୪।୧୨: ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା ମଧ୍ୟରୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେ) ଗତ ୫ବର୍ଷ ମଧ୍ୟରେ ବହୁ ଠକେଇ ହୋଇଛି।...

୧୬ରେ ଆସିବ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍‌

ନୂଆଦିଲ୍ଲୀ,୧୪ା୧୨: ଏକସଙ୍ଗେ ଦେଶରେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ପାଇଁ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ (ଓଏନ୍‌ଓଇ) ବିଲ୍‌ ସୋମବାର ଲୋକ...

ବୋର୍‌ କଲେ ମୋଦି, କାହିଁକି ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୪।୧୨: ଲୋକ ସଭାରେ ସମ୍ବିଧାନ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୧୦ ମିନିଟର ଦୀର୍ଘ ଭାଷଣରେ ୱାୟାନଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରତିକ୍ରିୟା...

ନାଗରିକ କର୍ତ୍ତବ୍ୟରୁ ନେଇ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଲକ୍ଷ୍ୟ ପର୍ଯ୍ୟନ୍ତ, ଲୋକ ସଭାରେ ମୋଦିଙ୍କ ୧୧ ସଂକଳ୍ପ

ନୂଆଦିଲ୍ଲୀ,୧୪।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର (୧୪ ଡିସେମ୍ବର ୨୦୨୪) ରେ ‘ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା’ ଉପରେ ଆଲୋଚନାରେ ଅଂଶଗ୍ରହଣ କରୁଥିବାବେଳେ ସମ୍ବିଧାନ,...

ଦୁଇ ଦିନ ହେବ ଇସ୍ତାନବୁଲରେ ଫସିଛନ୍ତି ଶହ ଶହ ଭାରତୀୟ, ଇଣ୍ଡିଗୋ ପଠାଇବ ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୪।୧୨: ବର୍ତ୍ତମାନ ଇସ୍ତାନବୁଲରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଇଣ୍ଡିଗୋ ରିଲିଫ ବିମାନ ପଠାଇବାକୁ ନିଷ୍ପତ୍ତି ନେଇଛି। ଗତ ଦୁଇ ଦିନ ମଧ୍ୟରେ...

ନିର୍ମାଣ ହେବ ଆଉ ଏକ ରାମ ମନ୍ଦିର! ମମତାଙ୍କୁ ଟାର୍ଗେଟ କଲା ଭାଜପା

କୋଲକାତା,୧୪।୧୨: ପଶ୍ଚିମବଙ୍ଗରେ ଏକ ବିଶାଳ ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ମଧ୍ୟ ଘୋଷଣା କରିଛି। ତ୍ରୁଣମୂଳ କଂଗ୍ରେସ ଏମପି ହୁମାୟୁ କବୀରଙ୍କ ବିବୃତ୍ତି ପରେ...

ଆଇସିୟୁରେ ଆଡଭାନୀ

ନୂଆଦିଲ୍ଲୀ,୧୪ା୧୨: ଭାଜପାର ବର୍ଷୀୟାନ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଶନିବାର ଦିଲ୍ଲୀର ଆପୋଲୋ ହସ୍ପିଟାଲର ଆଇସିୟୁରେ...

ଚାଇନାକୁ ବଡ଼ ଝଟ୍‌କା ଦେଲା ଭାରତ! ଏବେ ସାରା ବିଶ୍ୱ ରହିବ ହାତ ମୁଠାରେ

ନୂଆଦିଲ୍ଲୀ,୧୪।୧୨: ଭାରତର ବଢୁଥିବା ଶକ୍ତିକୁ ବିଶ୍ୱ ଅଭିବାଦନ ଜଣାଉଛି। ଭାରତର ଅର୍ଥନୈତିକ ଏବଂ ବୈଦେଶିକ ନୀତି ସବୁଆଡେ ସମାଲୋଚିତ ହେଉଛି। ବର୍ତ୍ତମାନ ଭାରତ ଇରାନ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri