ଡେରାଡୁନ,୪।୧୦: ଉତ୍ତରାଖଣ୍ଡରେ ମଙ୍ଗଳବାର ଏକ ବଡ଼ ହିମସ୍ଖଳନ ହୋଇଛି। ଏହି ହିମସ୍ଫଳନରେ ଏକ ପ୍ରତିଷ୍ଠାନର ୨୦ ଟ୍ରେନି ପର୍ବତାରୋହୀ ଫସି ରହିଛନ୍ତି। ସୂଚନାନୁସାରେ, ହିମସ୍ଫଳନ ଯୋଗୁ ୨୯ ଜଣ ଲୋକ ସେଠାରେ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଛି। ଏହି ସମୟରେ ନଅ ଜଣଙ୍କୁ ସେଠାରୁ ଉଦ୍ଧାର କରାଯାଇଛି। ୨୦ ଜଣ ତଥାପି ସେଠାରେ ଅଟକି ରହିଛନ୍ତି। ଏଥିମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଡିଜି ଏସ୍ଡିଆରଏଫ୍ ରିଦ୍ଧିମ ଅଗ୍ରୱାଲ କହିଛନ୍ତି ଯେ, ସରକାର ବାୟୁସେନା ସହିତ ଯୋଗାଯୋଗ କରିଛନ୍ତି। ଘଟଣାସ୍ଥଳରେ ସେନା, ଏନଡିଆରଏଫ୍, ଏସ୍ଡିଆରଏଫ୍ ଏବଂ ଆଇଟିବିପି ଯବାନମାନେ ଉପସ୍ଥିତ ଅଛନ୍ତି। ତିନୋଟି ହେଲିକପ୍ଟର ଘଟଣାସ୍ଥଳକୁ ପଠାଯାଉଛି।
मा. रक्षा मंत्री श्री @rajnathsingh जी से वार्ता कर रेस्क्यू अभियान में तेजी लाने के लिए सेना की मदद लेने हेतु अनुरोध किया है, जिसको लेकर उन्होंने हमें केंद्र सरकार की ओर से हर सम्भव सहायता देने के लिए आश्वस्त किया है। सभी को सुरक्षित निकालने हेतु रेस्क्यू अभियान चलाया जा रहा है।
— Pushkar Singh Dhami (@pushkardhami) October 4, 2022