କଟକ, ୧୬।୫: ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲା ପରିବାର ଅଦାଲତରେ ସମଧାନ ହୋଇପାରି ନାହିଁ । ମଙ୍ଗଳବାର ବାର ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ମଧ୍ୟ ଜେରା ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଛି । ଅନୁଭବ ଦାୟର କରିଥିବା ଛାଡପତ୍ର ଆବେଦନର ଶୁଣାଣି ଗ୍ରୀଷ୍ମ ଅବକାଶ ପରେ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଜେରା ଚାଲିଥିବା ବେଳେ ଅନୁଭବ ବର୍ଷାଙ୍କୁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି । ସେପଟେ ତାଙ୍କ ଓକିଲ ୩ ଟି ମୁଖ୍ୟ ପ୍ରସଙ୍ଗ ଉପରେ ବର୍ଷାଙ୍କୁ ଜେରା କରିଛନ୍ତି । ହେଲେ ଭାଷା ଜନିତ ସମସ୍ୟା ରହୁଥିବା କରଣରୁ ମାମଲା ଗଡିଚାଲୁଛି ବୋଲି ଅନୁଭବଙ୍କ ଓକିଲ କହିଛନ୍ତି ।