Categories: ଜାତୀୟ

କେନ୍ଦ୍ର ସରକାରଙ୍କୁ ପୁଣି ଘେରିଲେ ବରୁଣ…

ବରେଲି,୯।୧ : ଶାସକ ଭାରତୀୟ ଜନତା ପାର୍ଟିର ପିଲଭିତ ନିର୍ବାଚନମଣ୍ଡଳୀର ଏମପି ବରୁଣ ଗାନ୍ଧୀ ପୁଣି ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ ଆଖୁ ଚାଷୀଙ୍କୁ ଚିନି କଳ ମାଲିକମାନେ ରହିଥିବା ବକେୟା ଶୀଘ୍ର ପୈଠ କରିବା ଆବଶ୍ୟକ। ନହେଲେ ଚାଷୀମାନଙ୍କର ବିରୋଧର ସମ୍ମୁଖୀନ ହେବାକୁ ଚିନି କଳ ମାଲିକମାନେ ପ୍ରସ୍ତୁତ ହେବା ଉଚିତ। ତାଙ୍କ ନିର୍ବାଚନମଣ୍ଡଳୀ ବାହେଡି ବିଧାନସଭା ନିର୍ବାଚନମଣ୍ଡଳୀ ଆର୍ସିୟାବୋଜ ଗ୍ରାମରେ ଏକ ସାଧାରଣ ସଭାରେ ଯୋଗଦେଇ ଏଭଳି କହିଛନ୍ତି।

ସେ ଦେଶର ବେକାରୀ ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏକ କୋଟି ସରକାରୀ ପଦବୀ ଖାଲି ପଡିଛ। ସରକାର ଏହି ପଦବୀ ପୂରଣ କରିବା ଜରୁରୀ। ଆମେ ଏହି କାର୍ଯ୍ୟରେ ସାହାଯ୍ୟ କରିବାକୁ ପ୍ରସ୍ତୁତ। କୃଷକମାନେ ତାଙ୍କ ଆଗରେ ବୁଲା ପ୍ରାଣୀ ପ୍ରସଙ୍ଗ ଉଠାଇ କହିଥିଲେ ଯେ ବୁଲା ପ୍ରାଣୀମାନେ ଫସଲର କ୍ଷତି କରୁଛନ୍ତି। ଏହା ଉପରେ ଗାନ୍ଧୀ କହିଛନ୍ତି ଯେ ସରକାର ଏବଂ ପ୍ରଶାସନ ଏହି ସମସ୍ୟାର ଶୀଘ୍ର ସମାଧାନ କରିବା ଆବଶ୍ୟକ।

ସେ କହିଛନ୍ତି ଯେ ପୋଲିସ ବିଭାଗ ବିରୋଧରେ ମଧ୍ୟ ଅନେକ ଅଭିଯୋଗ ଆସୁଛି ବୋଲି କହି ସେ ଥାନା ଅଧିକାରୀଙ୍କୁ ତାଗିଦ୍‌ କରିଛନ୍ତି।

 

Share