Categories: ଜାତୀୟ

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ ଦାଖଲ ଆରମ୍ଭ

ପାଟନା,୧ ।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଅକ୍ଟୋବର ୨୮ରେ ଏଠାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଗୁରୁବାର ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ । କରୋନା ସମୟରେ ହେଉଥିବା ଏହି ବିଧାନସଭା ପିର୍ବାଚନ ପାଇର୍ ପୂର୍ବରୁ ନିର୍ବାଚନ କମିଶନ ଗାଇଡଲାଇନ୍ ଜାରି କରିସାରିଛନ୍ତି । ଏଥର ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ପ୍ରାର୍ଥିପତ୍ର ଦାଖଲ କରାଯାଇ ପାରିବ । ତେବେ ଏନ୍‌ଡିଏ ଓ ବିରୋଧିଙ୍କ ମହାମେଣ୍ଟ ମଧ୍ୟରେ ଆସନ ବୁଝାମଣା ଏପର୍ଯ୍ୟନ୍ତ ହୋଇ ନ ଥିବାରୁ କିଏ କେଉଁଠି ପ୍ରାର୍ଥିପତ୍ର ଦାଖଲ କରିବ ତାକୁ ନେଇ ଲାଗି ରହିଛି ଆଲୋଚନା । ପ୍ରଥମ ୭୧ ଆସନ ପାଇଁ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରାଯାଉଛି ।

Share